ଦେଶର ଏହି ୪ ରାଜ୍ୟରେ ରହିଛି ୬୩ ପ୍ରତିଶତ ଅଧିକ କରୋନା ସକ୍ରିୟ ମାମଲା

0 87

ନୂଆଦିଲ୍ଲୀ : ଦେଶର ଏହି ଚାରି ରାଜ୍ୟରେ ବିଶ୍ୱ ମହାମାରୀ କରୋନା ଭାଇରସର ୩.୪୫ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି ଯାହା ଦେଶସାରା ଏହି ମାମଲାରେ ପ୍ରାୟ ୬୩ ପ୍ରତିଶତ ଅଟେ । କରୋନା ଭାଇରାସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ସର୍ବାଧିକ ୧୪୮୪୫୪ ସକ୍ରିୟ ମାମଲା ରହିଥିବା ବେଳେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ଏହି ସଂଖ୍ୟା ୬୯୭୦୮ ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ୬୯୨୫୨ ଓ ତାମିଲନାଡୁରେ ୫୭୯୬୨ ସକ୍ରିୟ ମାମଲା ରହିଛି । ଏହି ଚାରି ରାଜ୍ୟର ମୋଟ ସକ୍ରିୟ ମାମଲା ୩,୪୫,୩୭୬ ରହିଥିବା ବେଳେ ଦେଶରେ ମୋଟ ସକ୍ରିୟ ମାମଲା ୫,୪୫,୩୧୮ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୫୫,୦୭୯ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା ୧୬,୩୮,୮୭୧ରେ ପହଞ୍ଚିଛି । କରୋନାରେ ପ୍ରକୋପରେ ଦେଶରେ ଏ ପର୍ଯ୍ୟନ୍ତ ୩୫୭୪୭ ଲୋକ ମୃତ୍ୟୁବରଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 9 =