କରୋନା ଆଣିଲା ଖୁସି ! ୩୨ଥର ଫେଲ ପରେ ପାସ୍ କଲେ ଦଶମ ପରୀକ୍ଷା

0 102

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ ବଦଳାଇ ଦେଇଛି । ଲକ୍ଷଲକ୍ଷ ଲୋକ ଏହି ଘାତକ ଭାଇରସକୁ ନେଇ ଚିନ୍ତାରେ ଥିବା ବେଳେ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି ଏହି କରୋନା ମହାମାରୀ । ଯେଉଁ ସ୍ୱପ୍ନକୁ ବର୍ଷବର୍ଷ ଧରି ପୂରଣ କରିପାରୁନଥିଲେ ତାହା ଏହି କରୋନା ଯୋଗୁଁ ଖୁବ୍ ସହଜରେ ହୋଇପାରିଛି । ଆମେ ଏଠାରେ କହୁଛୁ ହାଇଦ୍ରାବାଦରେ ରହୁଥିବା ମହମ୍ମଦ ନୁରୁଦ୍ଦିନ(୫୧)ଙ୍କ ବିଷୟରେ । ଯିଏକି ୩୩ବର୍ଷ ହେଲାଣି ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିବାକୁ ଚେଷ୍ଟା ଚଳାଇଥିଲେ କିନ୍ତୁ ପ୍ରତ୍ୟେକ ଥର ଅସଫଳ ହେଉଥିଲେ । ଏବେ କରୋନା ସମୟରେ ତାଙ୍କର ଭାଗ୍ୟ ବଦଳିଛି ଓ ଶେଷରେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସରକାରଙ୍କ ପକ୍ଷରୁ କରୋନା ସଂକଟ ପାଇଁ ଚଳିତ ବର୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ ଘୋଷିତ କରିଛନ୍ତି । ଯାହାଦ୍ୱାରା ନୁରୁଦ୍ଦୀନଙ୍କ ୩୩ ବର୍ଷର ପୁରୁଣା ସ୍ୱପ୍ନ ଏବର୍ଷ ସାକାର ହୋଇଛି ।
ନୁରୁଦ୍ଦୀନ ଏଥିରେ ଖୁସି ପ୍ରକଟ କରି କହିଛନ୍ତି ଯେ, ସେ ୧୯୮୭ ମସିହାରୁ ୧୦ମ ପରୀକ୍ଷା ଲଗାତାର ଭାବେ ଦେଇଆସୁଥିଲେ । ଇଂରାଜୀରେ ଦୁର୍ବଳ ଥିବାରୁ ପ୍ରତ୍ୟେକ ବର୍ଷ ସେ ଫେଲ ହେଉଥିଲେ । କିନ୍ତୁ ଚଳିତ ବର୍ଷ ପାସ କରିଛନ୍ତି କାରଣ କୋଭିଡ-୧୯ ପାଇଁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ ଘୋଷିତ କରିଛନ୍ତି । ନୁରୁଦ୍ଦୀନଙ୍କୁ ସରକାରୀ ଚାକିରୀ କରିବାର ଥିଲା, ତେଣୁ ତାଙ୍କୁ ଦଶମ ପାସ କରିବା ଜରୁରୀ ଥିଲା । ଏଇଥି ପାଇଁ ସେ ପ୍ରତ୍ୟେକ ବର୍ଷ ପରୀକ୍ଷା ଦେଉଥିଲେ ।

hiranchal ad1
Leave A Reply

Your email address will not be published.

8 + 9 =