ଦିନକରେ ୨୪ ପଜିଟିଭ ଚିହ୍ନଟ,ସଙ୍କଟାପନ୍ନ ସ୍ଥିତିରେ ଷ୍ଟେସନପଡ଼ା

0 165

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଘନେଇବାରେ ଲାଗିଛି ଓ ବର୍ତ୍ତମାନ ସବୁଠାରୁ ବିପନ୍ନ ସ୍ଥିତି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ଜଣେ ରେଢ଼ାଖୋଲର ହେବା ବ୍ୟତୀତ ବାକି ସବୁ ୫୫ଯାକ ମାମଲା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ସ୍ଥାନୀୟ ମାଝିପାଲିରେ ଜଣେ ୭ ବର୍ଷୀୟ ବାଳକ ସହିତ ୩ଜଣ, ବଡ଼ବଜାରରେ ୪ଜଣ, ମୁଦିପଡାରେ ୩ଜଣ, ସାକ୍ଷୀପଡା ରେ ୨ଜଣ ତଥା ବୁଢ଼ାରଜା,କୁମ୍ଭାରପଡ଼ା, କୁଷ୍ଟାପଡା, ଶାନ୍ତି ନଗର, ଗୋପାଳମାଲ, ଜଗନ୍ନାଥ ମନ୍ଦିର କଲୋନୀ, ଦଶମତୀପଡା, ଗୋଲବଜାର, ଶଙ୍କର ମଠ, ଭତରା, କମଳିବଜାର ଓ ଭୋଇପାଲିରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ସଙ୍କଟାପନ୍ନ ସ୍ଥିତି ଷ୍ଟେସନ ପଡ଼ାରେ ଦେଖାଯାଇଛି, ଯେଉଁଠାରେ ଏକା ଦିନକରେ ୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ରୂପେ ସିଲ୍ କରି ଦିଆଯାଇଛି । ସେଠାରେ ସମସ୍ତେ ଦୈନିକ ମଜୁରୀ ଖଟି ଖାଇବା ଲୋକ ରହିଛନ୍ତି ଓ ତାଙ୍କ ପାଖରେ ଖାଇବାକୁ ରାଶନ ମଧ୍ୟ ନାହିଁ । ପ୍ରଶାସନ ପକ୍ଷରୁ କିଛି ଖାଦ୍ୟପେୟ ଯୋଗାଇ ଦେଲେ ମଧ୍ୟ ତାଙ୍କର ସମସ୍ୟା ର ସମାଧାନ ହେଉନାହିଁ । ସେଠାରେ କାହାରି ଘରେ ପାଇଖାନା ନାହିଁ ଓ ସମସ୍ତେ ମଳତ୍ୟାଗ ପାଇଁ ରେଳ ଲାଇନ କଡ଼କୁ ଯିବାକୁ ବାଧ୍ୟ, ଏଣୁ ସମଗ୍ର ପଡ଼ାକୁ ସିଲ୍ କରିଦେଲେ ସେମାନେ ଚଳିବେ କିପରି । ସେଠାକାର ସମସ୍ୟା ସମାଧାନ ପାଇଁ ପ୍ରଶାସନର ବୁଦ୍ଧିବଣା ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

nineteen − three =