ଗଜପତି ଜିଲ୍ଲାରେ ପାସ ହାର ୭୫.୮୨% ପ୍ରତିଶତ

0 88

ପାରଲାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୭୫.୮୨% ପ୍ରତିଶତ ରହିଛି । ଜିଲ୍ଲାରେ ପାସ ହାର ଭଲ ଥିଲେ ମଧ୍ୟ କେହି ଜଣେ ଏ-୧ ଗ୍ରେଡରେ ନାହାନ୍ତି । ଜିଲ୍ଲାରେ ମୋଟ ୭,୪୭୯ ଛାତ୍ରଛାତ୍ରୀପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୭୨୬୨ ଜଣ ପରୀକ୍ଷା ଦେଇ ଥିବା ବେଳେ ୭୫.୮୨% ପ୍ରତିସତ ଅର୍ଥାତ ୫, ୫୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୭୨୧ ଜଣ ଛାତ୍ର ଓ ୨୭୯୪ ଜଣ ଛାତ୍ରୀ ଅଟନ୍ତି । ପାସକରିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏ୨ ଗ୍ରେଡ଼ ୧୪ଜଣ, ବି ୧ ଗ୍ରେଡ ୩୮ଜଣ, ବି୨ ଗ୍ରେଡ ରେ ୧୪୭ ଜଣ । ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇ ଥିବା ସୁପର ୩୦ ଯୋଗୁଁ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଏ୨ ତିନି ଜଣ କୃତକାର୍ଯ୍ୟ ହେବାର ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

4 − 1 =