ଲକଡାଉନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ୫ ମନ୍ତ୍ରୀ ଶପଥ ନେଲେ

0 90

ଭୋପାଳ : ମଧ୍ୟପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବେବି ଗମ୍ଭୀର ରହିଛି । ପ୍ରତିଦିନ ନୂଆନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ଏଭଳି ଏକ ଗମ୍ଭୀର ସ୍ଥିତିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ମଙ୍ଗଳବାର କରାଯାଇଛି । ୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଲାଲ ଜି ଟଣ୍ଡନ ଏକ ନିରାଡମ୍ବର ଉତ୍ସବରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବରିଷ୍ଠ ପଦାଧିକାରୀ ଉତ୍ସବରେ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆଜି ପର୍ଯ୍ୟନ୍ତ ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀବିହନ ଥିଲା । କରୋନା ଭାଇରସ ସଂକ୍ରମଣ ଯୋଗୁଁ ସଂପ୍ରସାରଣ କରାଯାଇନଥିଲା । ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୨୩ ତାରିଖରେ ଶପଥ ଗ୍ରହଣ କରିଥିଲେ । ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପୂର୍ବତନ ବିଜେପି ମନ୍ତ୍ରୀ ନରୋତ୍ତମ ମିଶ୍ରା, ମିନା ସିଂହ ଓ କମଲ ପଟେଲ ଅଛନ୍ତି ।

hiranchal ad1
Leave A Reply

Your email address will not be published.

19 + five =