ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଦିତ୍ୟ ନାଥ

0 179

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିନ୍ନ ଢଙ୍ଗରେ ତାଙ୍କ ପିତା ଆନନ୍ଦ ସିଂହଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଦିତ୍ୟନାଥ ୨ମିନିଟ୍ ମୌନ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଠାରେ ଅନ୍ୟ କେତେକ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇବା ସାରିବା ପରେ ସଂଗେ ସଂଗେ କରୋନା ମୁକାବିଲା କାର୍ଯ୍ୟରେ ବାହାରି ପଡିଥିଲେ । ଏକ ବୈଠକ ଡକାଇ ସେ ସ୍ଥିତିର ସମୀକ୍ଷା କରିଥିଲେ । ନିଜ ସରକାରୀ ବାସଭବନରେ କୋର୍ ଟିମର ବୈଠକ କରି ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କୁ ରିଲିଫ ଯୋଗାଣ ସଂପର୍କରେ ସେ ଅଫିସରମାନଙ୍କଠୁ ପଚାରି ବୁଝିଥିଲେ । ତାଙ୍କର ଏଭଳି ତରିକାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ବୈଠକ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋିଛି ।

hiranchal ad1
Leave A Reply

Your email address will not be published.

five × two =