ଘରେ ରହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 46

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧/୬ – ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ
ଅଟେ । ବିଶେଷ ଭାବରେ ସାଂପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବା
ଦରକାର ବୋଲି ସୋମବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟ୍ୱିଟ୍‌ ଯୋଗେ ଆହ୍ୱାନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଘରେ ରହି ଯୋଗ କରିବା ସହ ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେକହିଛନ୍ତି ଯେ, ପ୍ରତିଦିନ ସକାଳେ ଯୋଗ କରିବା ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲିତ ରୁହେ । ‘ଯୋଗ’ର ଅର୍ଥ ହେଉଛି ଶରୀର, ମସ୍ତିଷ୍କ ଏବଂ ଆତ୍ମାର ମିଳନ, ଯାହା ଜୀବନର ଆଦର୍ଶ ଅଟେ । ‘ଯୋଗ’ ଆମକୁ
ଚେତନାସ୍ତରକୁ ନେଇପାରେ । ସାମର୍ଥ୍ୟ ହାସଲ କରିବାକୁ ଆଗେଇ ନେଇପାରେ । ଆମକୁ ସୁସ୍ଥତା, ସୁଖ ଓ
ପୂର୍ଣ୍ଣତା ଦେଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ସପ୍ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଶୁଣିଥିଲେ । ଆଜି ଯେତେବେଳେ ବିଶ୍ୱ କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେ଼ଇ କରୁଛି ସେହି ସମୟରେ ଯୋଗ ଏକ ଆଶା ଉଜ୍ଜିବୀତ କରିଛି । ଚାପଗ୍ରସ୍ତରୁ ଦୃଢ଼ ମନୋବଳ, ନକରାତ୍ମକତାରୁସୃଜନଶୀଳତା ତଥା ଯୋଗ ଆମକୁ ମାନସିକ ଶାନ୍ତି, ଚେତନା ଏବଂ ସୁସ୍ଥତା ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + sixteen =