ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ

0 193

ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନକରି ବିଶିଷ୍ଟ ବୈଦିକ ବିଦ୍ୱାନ ତଥା ଆର୍ଯ୍ୟସମାଜ, ଓଡିଶାର ଅଧ୍ୟକ୍ଷ ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ ଆମ ଭାଷା, ସାହିତ୍ୟ, ସଂସ୍କୃତିରେ ହଜାରହଜାର ବର୍ଷ ପୂର୍ବରୁ ଯୋଗଶିକ୍ଷାର ପ୍ରଚଳନ ଥିଲା । ଯୋଗୀମାନଙ୍କର ଈଶ୍ୱର ଥିଲେ ଭଗବାନ ଶ୍ରୀକୃଷ୍ଣ । ଏଣୁ ଯୋଗଦ୍ୱାରା କେବଳ ଶରୀର ରକ୍ଷା ନୁହେଁ ଅସମ୍ଭବକୁ ସମ୍ଭବ କରିପାରୁଥିଲେ ଆମ ଭାରତବର୍ଷର ମୁନିଋଷିମାନେ ।

hiring

ଯୋଗାଚାର୍ଯ୍ୟ ଡଃ ବିଶ୍ୱରଞ୍ଜନ ରଥ ଛାତ୍ରଛାତ୍ରୀମାନଙ୍କୁ ଯୋଗଦ୍ୱାରା ଉପକାର ବିଷୟରେ ମାର୍ଗଦର୍ଶନ ଦେବାସହ କେତେକ ସାଧାରଣ କୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ରୋଟାରିଆନ ସ୍ୱାଗତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଡ. ସୋରେନ୍ଦ୍ର ମହାପାତ୍ର, ଶ୍ରୀମତୀ ନମିତା ମହାପାତ୍ର, ଡଃ ନିବେଦିତା ପଟ୍ଟନାୟକ, ଜ୍ୟୋତିଶଙ୍କର ମହାନ୍ତି, ମିତ୍ରା ରାୟ, ଏଲୋରା ରାୟ, ଡଃ ଗାୟତ୍ରୀ ମିଶ୍ର, ଅମ୍ବିକା ମିଶ୍ର, ଅମ୍ବିକା ଦାସ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

five × 2 =