କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 155

ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ ବୀର ବିକ୍ରମ ପ୍ରଧାନ ଓ ଡମ୍ବୁରୁଧର ବେହେରା ଯୋଗାଭ୍ୟାସ କରାଇଥିଲେ । ଏଥିରେ ସରୋଜ କୁମାର ମହାରଣା, ଜଗନ୍ନାଥ ସଂସ୍କୃତି ପ୍ରବଚକ ଚନ୍ଦ୍ରକାନ୍ତ ନାୟକ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବୀନ ପ୍ରଧାନ, ଶୁକଦେବ ପ୍ରଧାନ, ସହକାରୀ ଶିକ୍ଷକ ଶବର ସେଠୀ, ଆକୁଳ ସ୍ୱାଇଁ, ରାଜଲଷ୍ମୀ ସ୍ୱାଇଁ, ମାନସ ସ୍ୱାଇଁ, ବାଂଛାନିଧି ହୋତା, ସାହେବ ବାଘ, ବିଜୁ ପ୍ରଧାନ, ଶ୍ୟାମ ସୁନ୍ଦର ନାଏକ, ବିନୋଦ ନାଏକ ପ୍ରମୁଖ ଯୋଗ ଶିବିରରେ ଯୋଗ ଦେଇଥିଲେ । ଏହାପରେ ସରୋଜ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରକାନ୍ତ ନାଏକ, ମୁଖ୍ୟ ବକ୍ତାଭାବେ ହୃଷିକେଶ ନାଏକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଆନନ୍ଦ ମାର୍ଗର ସନ୍ୟାସୀ ଶୁଭବ୍ରତାନନ୍ଦ ଅବଧୂତ ଯୋଗଦେଇ ବର୍ତ୍ତମାନ କରୋନା ପ୍ରପୀଡ଼ିତ ସମୟରେ ଏହାର ମୁକାବିଲା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମାନସିକ, ଶାରୀରିକ, ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ହୋଇଥାଏ । ଏବଂ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ । କମିରା ଯୋଗ ଶିକ୍ଷା କେନ୍ଦ୍ରରେ ନିୟମିତ ଯୋଗକରି ଆସୁଥିବା ଶ୍ୟାମ ସୁନ୍ଦର ନାଏକ ଓ ବିନୋଦିନୀ ନାଏକଙ୍କୁ କମିରା ଯୋଗ ସମିତି ପକ୍ଷରୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ଶବର ସେଠି ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =