ଟିକ୍‌ ଟକ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ନିଷିଦ୍ଧ

0 769

ନୂଆଦିଲ୍ଲୀ,୨୯/୬- ଚୀନ ସୀମାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ହେବାକୁ ଥିବାବେଳେ ଭାରତ ସରକାର ୫୯ଟି ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଦ୍ଧ କରିବାପାଇଁ ଆଜି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଳଏସିରେ ଉଭୟ ଦେଶର ସେନା ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଓ ୨୦ ଜଣ ଭାରତୀୟ ସେନା ସହିଦ ହେବା ଘଟଣାକୁ ଭାରତ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି । ଚୀନ ଉପରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଭାରତ ନେଇ ଚାଲିଛି । ଆଜି ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯିବା ସହିତ ଚୀନ ନିର୍ମିତ ସାମଗ୍ରୀଗୁଡିକୁ ମଧ୍ୟ ଭାରତ ବଜାରରେ ପ୍ରବେଶ ନକରାଇବା ପାଇଁ ଅନେକ ସଂଗଠନ କରୁଛନ୍ତି ।

hiring
hiranchal ad1
Leave A Reply

Your email address will not be published.

3 × 4 =