ବୌଦ୍ଧ : ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

0 1,347

ବୌଦ୍ଧ,୩୦/୬ : ବୌଦ୍ଧ ଜିଲ୍ଲାରେ ପୁର୍ବରୁ ୪୧ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସ୍ପଷ୍ଟ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ୪୨ ନମ୍ବର୍ କରୋନା ଆକ୍ରାନ୍ତ ହରଭଙ୍ଗା ବ୍ଲକ୍ ତଳଗାଆଁ ସଙ୍ଗରୋଧ କେନ୍ଦ୍ରରେ ଥିଲେ l ଗତ ଜୁନ୍ ୧୫ ତାରିଖରେ ଛତିଶଗଡ ରାଜ୍ୟରୁ ଫେରି ସେ ତଳ ଗାଆଁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ l ତାଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ସୂଚନା ପାଇବା ପରେ ତୁରନ୍ତ ତାଙ୍କୁ ବୌଦ୍ଧ କୋଭିଡ ହେଲଥ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି | ଜିଲ୍ଲାର ୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ୨ ଜଣ କରୋନା ଆକ୍ରାନ୍ତ ବୌଦ୍ଧସ୍ଥିତ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି l

hiring


hiranchal ad1
Leave A Reply

Your email address will not be published.

8 + 7 =