ବୌଦ୍ଧ ଓ କଂଟାମାଳ ବିଧାନସଭା ନିର୍ବାଚନ ପାଇଁ ଭୋଟର ସଚେତନତା ରଥର ଶୁଭାରମ୍ଭ

0 573

ବୈାଦ୍ଧ- ଦେଶର ମହାପର୍ବ ୨୦୧୯ ନିର୍ବାଚନ ପାଇଁ ଭୋଟର ମାନଙ୍କୁ ସଚେତନ କରିବାକୁ ଏକ ସଚେତନତା ରଥର ଶୁଭାରମ୍ଭ ଆଜି ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଶୀତାଂଶୁ କୁମାର ରାଉତ ସବୁଜ ପତାକା ଦେଖାଇ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକ ଯଥା ହରଭଙ୍ଗା, ବୌଦ୍ଧ ଓ କଂଟାମାଳକୁ ଗସ୍ତକରିବାକୁ ଥିବା ରଥର ଶୁଭାରମ୍ଭ କରିଥିଲେ । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ଗୁଜୁରାଟର ସୋରୁପ ପି ଓ ଏମ.ଜି ଠାକୁର, ବୌଦ୍ଧ ଉପ-ଜିଲ୍ଲାପାଳ ତଥା ରିଟଣ୍ଣିଂ ଅଫିସର ଏନ.ସି ଜ୍ୟୋତିରଂଜନ ନାୟକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ୨୦୧୯ ନିର୍ବାଚନରେ ଯେପରି କୌଣସି ଭୋଟର ଭୋଟ୍ ଦେବା ଅଧିକାରରୁ ବଂଚିତ ନହୁଅନ୍ତି ସେହିବାର୍ତ୍ତାନେଇ ଏହି ରଥ ବିଭିନ୍ନ ବ୍ଲକର ଗ୍ରାମମାନଙ୍କୁ ଯାଇ ସଚେତନତା ସୃଷ୍ଟିକରିବ । ଏହି ନିର୍ବାଚନରେ ଭୋଟର ତାଲିକାରେ ନୂତନ ଭୋଟର ଭାବେ ସ୍ଥାନ ପାଇଥିବା ଭୋଟରଙ୍କୁ ବିଶେଷଭାବେ ଏହି ରଥ ସଚେତନ କରିବ ।

hiranchal ad1
Leave A Reply

Your email address will not be published.

five × 3 =