ଭାଜପା ର “ନୂଆ ଓଡିଶା ସଙ୍କଳ୍ପ ପତ୍ର” ସମଗ୍ର ରାଜ୍ୟରେ ଏକାସହିତ ଉନ୍ମୋଚିତ

0 574

ସମ୍ବଲପୁର, ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ତାଙ୍କର “ନୂଆ ଓଡିଶା ସଙ୍କଳ୍ପ ପତ୍ର” ଓନ୍ମୋଚନ ସହିତ ଲୋକାର୍ପିତ କରାଯାଇଛି । ଏହି ସୃଙ୍ଖଳାରେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉନ୍ମୋଚିତ ହୋଇଛି । ଏହି ଅବସରରେ ପାର୍ଟିର ସମ୍ବଲପୁର ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରଓ୍ବାଲ, ଆଞ୍ଚଳିକ ମିଡ଼ିଆ ପ୍ରଭାରୀ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ପ୍ରବକ୍ତା ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଞ ସଙ୍କଳ୍ପ “ଏକ ଭାରତ ଶ୍ରେଷ୍ଠ ଭାରତ” କୁ ସାକାର କରିବା ପାଇଁ ସେମାନେ।ସମସ୍ତେ ଏକସ୍ବରରେ ଚେଷ୍ଟା କରିବେ ବୋଲି କହିଛନ୍ତି ।

hiring

ସଙ୍କଳ୍ପ ପତ୍ର ର ନଅ ଟି ମୁଖ୍ୟ ବିନ୍ଦୁ ଉପରେ ଆଲୋକପାତ କରି ସେମାନେ କହିଲେ ଭାଜପା ଓଡିଶାରେ କ୍ଷମତା କୁ ଆସଲେ ରାଜ୍ୟର ଛବି ବଦଳାଇ ଦେବ ଓ ଏଠାରେ ମୌଳିକ ସୁବିଧା ରୁ କେହି ବଞ୍ଚିତ ହୋଇ ରହିବେ ନାହିଁ । ସଙ୍କଳ୍ପ ପତ୍ର ର ପ୍ରଥମ ବିନ୍ଦୁ ଉପରେ ଆଲୋକପାତ କରି କହିଲେ ଅନ୍ତୋଦୟ କାର୍ଯ୍ୟକ୍ରମ ଜରିଆରେ ଗରିବ ଓ ନବ-ମଧ୍ଯବିତ୍ତ ବର୍ଗ ସଜାଗ ଓ ସକ୍ଷମ ହୋଇ ଏକ ନୂଆ ଓଡ଼ିଶାର ନିର୍ମାଣ କରିବେ । ଶିଳ୍ପ ବିପ୍ଳବ ଆଣିବ ଆଣିଦେବ ରାଜ୍ୟର ନୂତନ ସ୍ବରୂପ । ସବୁ ଯୁବକ ଯୁବତୀ ମାନଙ୍କୁ ମିଳିବ ସୁଲଭ ଉତ୍ତମ ଶିକ୍ଷା, କୌଶଳ ଓ ରୋଜଗାର । ରାଜ୍ୟରେ ମହିଳା ମାନଙ୍କ ଅପମାନ କୁ ତିଳେ ମାତ୍ର ସହ୍ଯ କରାଯିବ ନାହିଁ । ନୂଆ ଓଡିଶା ରେ ସୁନିଶ୍ଚିତ ହେବ ମହିଳାଙ୍କ ସୁରକ୍ଷା, ସ୍ବାବଲମ୍ବନ ଓ ସ୍ବାଭିମାନ । ଜଳସେଚନ, କୃଷି ଉତ୍ପାଦ ପାଇଁ ଉଚିତ ମୂଲ୍ୟ ଓ ଋଣରୁ ମୁକ୍ତି ସହିତ ଚାଷୀ ଙ୍କୁ ମିଳିବ ସମ୍ମାନ, ସମୃଦ୍ଧି ଓ ଶକ୍ତି । ଜୀବିକା ଉପାର୍ଜନ କ୍ଷେତ୍ରରେ ଚାଷ ପରେ ବନଜାତ ଦ୍ରବ୍ୟ ସଙ୍ଗ୍ରହ ର ଅନେକ ମହତ୍ତ୍ଵ ରହିଛି, ଏଣୁ ବନଜାତ ଦ୍ରବ୍ୟ କୁ ଉଚିତ ବଜାର ମୂଲ୍ୟ, ଏହା ଉପରେ ଆଶ୍ରିତ ମାନଙ୍କୁ ଜମି ର ଅଧିକାର ସହିତ ଆଦିବାସୀ ଓ ଜନଜାତି

hiranchal ad1
Leave A Reply

Your email address will not be published.

3 × 2 =