ସମର୍ଥକ ଓ କର୍ମୀଙ୍କ ସହ ପଟୁଆରରେ ନାମାଙ୍କନ ଦାଖଲ କଲେ ଅଚ୍ୟୁତ ସାମନ୍ତ

0 602

ଫୁଲବାଣି, ଆଜି କନ୍ଧମାଳ ଲୋକସଭା ଅସନପାଇଁ ଫୁଲବାଣୀରେ ବିପୁଳ ସମର୍ଥକ କର୍ମୀ ଓ ଶୁଭେଚ୍ଛୁଙ୍କ ଗହଣରେ ଏକ ବିରାଟ ପଟୁଆରେ ଚାଲିଚାଲି ଆସି କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ବିଜୁ ଜନତା ଦଳର ସାଂସଦୀୟ ପ୍ରାର୍ଥି ଡ.ଅଚ୍ୟୁତ ସାମନ୍ତ । ଆଜି ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଓ ମହିଳା ସଭାନେତ୍ରୀ ଅନିମା କହଁରଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ମହିଳା ଓ ପୁରୁଷ ସମର୍ଥକ ମାନଙ୍କର ଏକ ଶୋଭାଯାତ୍ରା ବାହରିଥିଲା । ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସମେତ ସବୁ ବର୍ଗର ପ୍ରତିନିଧି ଓ ଶୁଭେଚ୍ଛୁଙ୍କ ଗହଣରେ ବିଭିନ୍ନ ବାଜାବାଜଣା ସହ ସ୍ୱର୍ଗତ ବିଜୁପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଜୟ ଧ୍ୱନିରେ କମ୍ପିଉଠିଥିଲା ଅଂଚଳ । ଫୁଲବାଣୀ ସହର ମୁଖ୍ୟରାସ୍ତାରେ ଆସି ସ୍ଥାନୀୟ ବିଜୁପଟ୍ଟନାୟକ ଛକଠାରେ ସ୍ୱାର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଡ.ସାମନ୍ତ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସମେତ ଦଳର ଶତାଧିକ ନେତା ଓ କର୍ମିୀ । ପରେ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଡ.ବୃନ୍ଦା ଡିଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେଡି ସଂସଦୀୟ ପାର୍ଥି ଡ.ସାମନ୍ତ । ସେ ସମୁଦାୟ ଚାରି ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡିଥିବାବେଳେ ତାଙ୍କର ପ୍ରସ୍ତାବକ ଭାବରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ,ବାଲିଗୁଡା ବିଧାୟକ ରାଜୀବ ପାତ୍ର ଓ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ତଥା ଆଇନଜୀବି ଶିବପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ । ନାମାଙ୍କ ପତ୍ର ଦାଖଲ ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ସାମନ୍ତ କନ୍ଧମାଳର ଲୋକଙ୍କ ସହିତ ମୁଁ ଆଗରୁ ରହିଥିବାସହିତ ସେମାନଙ୍କର ସେବା ନିଜ ପ୍ରଚେଷ୍ଟାରେ କରିଆସିଛି । ବର୍ତମାନ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ କନ୍ଧମାଳର ଲୋକଙ୍କ ସେବାପାଇଁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି । ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ,ଓ ରୋଜଗାର ବିଷୟରେ କହିବାକୁ ଯାଇ ସେ କହିଲେ ଏଥିପାଇଁ ମୁଁ ସ୍ୱତନ୍ତ୍ର ଯତ୍ନ ନେବି ଏବଂ ଗ୍ରାମାଂଚଳର ରାସ୍ତାଘାଟ ଉପରେ ମଧ୍ୟ କାର୍ଯ୍ୟ କରିବି । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀଙ୍କ ଦାବୀ ରହିଥିବାରୁ ମୁଁ ସେଥିପାଇଁ ନିଶ୍ଚିତ କାର୍ଯ୍ୟକରିବି ବୋଲି କହିଥିଲେ । କନ୍ଧମାଳରେ ରେଳଲାଇନ ସଂଯୋଗୀକରଣ ଦାବୀ ବାବଦରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ତାଙ୍କର ପ୍ରଚେଷ୍ଟା ରହିବ ବୋଲି କହିଥିଲେ । ଅପରାହ୍ନରେ ଡ.ସାମନ୍ତ ଫୁଲବାଣୀ ପୌରାଂଚଳର ୫ ନମ୍ବର ୱାର୍ଡ ଆମ୍ବେଦକର ନଗରଠାରୁ ତାଙ୍କର ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରି ବିଭିନ୍ନ ୱାର୍ଡରେ ପ୍ରଚାର କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =