ସୁବାସ ଚୌହାନଙ୍କ ଇସ୍ତଫା

0 561

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୨୦୧୪ ନିର୍ବାଚନ ବେଳେ ବରଗଡ ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଚୌହାନ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନଥିବାରୁ ସେ ଉପସଭାପତିଙ୍କ ହାତରେ ଇସ୍ତଫା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚୌହାନ ଟିକେଟ୍ ନପାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗତ ୨୦୧୪ ନିର୍ବାଚନରେ ୩ଲକ୍ଷ ୮୨ହଜାରରୁ ଅଧିକ ଭୋଟ ପାଇ ଖୁବ୍ ଅଳ୍ପ ଭୋଟରେ ହାରିଯାଇଥିଲେ । ତେବେ ଏହା ସତ୍ତେ୍ୱ ସେ ବରଗଡ ସଂସଦୀୟ କ୍ଷେତ୍ରରେ ଦଳ ପାଇଁ ଜନତାଙ୍କ ସେବା କରିଆସୁଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ରାଷ୍ଟ୍ର ସେବା କରି ଦଳର ଜଣେ ବରିଷ୍ଠ ସକ୍ରିୟ ସଦସ୍ୟ ଭାବରେ ଦଳ ରହିଥିଲେ । ତାଙ୍କର ଟିକେଟ ଏବେ କାଟି ଦିଆଯାଇଥିବାରୁ ସେ ଦଳର ଚକ୍ରାନ୍ତକାରୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଆଜି ସୁବାସ ଏ ସଂପର୍କରେ ଦଳ ଚାପର ବଶବର୍ତ୍ତୀ ହୋଇ ମୋତେ ଉପସଭାପତି ଦାୟିତ୍ୱ ଦେଇଥିଲେ ଏବଂ ବିଜେପୁରରୁ ନିର୍ବାଚନ ଲଢିବା ପାଇଁ ଇସାରା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଏଠାରୁ ଲଢିବା ପରେ ତାଙ୍କ ଟିକେଟକୁ ପୁଣି କଟାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏଭଳି ନିଷ୍ପତ୍ତି ନେଇ ତାଙ୍କୁ ଅପମାନ କରିଥିବାରୁ ସେ ଏହି ଦଳରେ ରହି କାର୍ଯ୍ୟ କରିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଆମକୁ ମିଳିଥିବା ଖବର ଅନୁଯାୟୀ ଆସନ୍ତାକାଲି ଶ୍ରୀ ଚୌହାନ ବିଜେଡିରେ ଯୋଗ ଦେଇପାରନ୍ତି । ଏ ନେଇ ନବୀନ ନିବାସରୁ ତାଙ୍କୁ ସବୁଜ ସଂକେତ ମିଳିଛି ।

hiranchal ad1
Leave A Reply

Your email address will not be published.

15 + 5 =