ବ୍ୟାଟିଂରେ ସୁଧାର ପାଇଁ କୋହଲିଙ୍କୁ ଅନୁଧ୍ୟାନ କରେ: ମନଜୋତ୍

0 595

ନୂଆଦିଲ୍ଲୀ,୨୬/୩: ବ୍ୟାଟିଂ ମୋର ପ୍ରଥମ ଆକର୍ଷଣ । ପ୍ରତି ଗେମ୍ରେ କିପରି ଆହୁରି ଅଧିକ ଭଲ ବ୍ୟାଟିଂ କରିବି ସେଥିନେଇ ମୋର ଚିନ୍ତା ନାହିଁ । ତେଣୁ ବ୍ୟାଟିଂରେ ଅଧିକ ଉନ୍ନତି ଆଣିବା ଲାଗି ମୁଁ ସବୁବେଳେ ବିରାଟ କୋହଲିଙ୍କ ବ୍ୟାଟିଂର ଭିଡ଼ିଓ ଭଲ ଭାବରେ ନିରୀକ୍ଷଣ କରେ । ଏକଥା ପ୍ରକାଶ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ମନଜୋତ୍ କାଲ୍ରା । ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ ପାଇଁ ଖେଳୁଥିଲା ବେଳେ କାଲରା ଚମତ୍କାର ମ୍ୟାଚ୍ ବିଜୟୀ ଶତକ କରିବା ପରେ ସମସ୍ତଙ୍କ ନଜରକୁ ଆସିଥିଲେ । ଗତବର୍ଷ ଜୁନିୟର ଟୁର୍ଣ୍ଣାମେଣ୍ଟରେ ଛଅଟି ମ୍ୟାଚ୍ରୁ ସେ ୮୪ ଆଭରେଜ୍ରେ ୨୫୨ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଥିଲା । ତାଙ୍କର ରନ୍ ପାଇଁ କ୍ଷୁଧା ଦେଖି ଚୟନ କମିଟି ତାଙ୍କୁ ଗୁରୁତ୍ୱ ଦେଇଥିଲା । ପୂର୍ବରୁ ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ଆପଣାଇଥିଲା । ୨୦୧୮ ଆଇପିଏଲ୍ ସିଜିନ୍ରେ ଡେୟାର ଡେଭିଲ୍ସ ତାଭ୍କୁ ୨୦ ଲକ୍ଷ ଟଙ୍କାରେ ଦଳକୁ ନେଇଥିଲା । ଏବେ ଡେୟାର ଡେଭିଲ୍ସର ନାମ ବଦଳି ଦିଲ୍ଲୀ କ୍ୟାପିଟାଲ୍ସ ହୋଇଛି । ଆଇପିଏଲ୍ ଅବସରରେ ଗଣମାଧ୍ୟମକୁ ସେ କହିଥିଲେ ଯେ, ବ୍ୟାଟିଂରେ ସେ କୋହଲିଙ୍କୁ ପଥ ପ୍ରଦର୍ଶକ ଭାବେ ବିବେଚନା କରନ୍ତି । ତାଙ୍କର ପ୍ରତ୍ୟେକ ମ୍ୟାଚ୍କୁ ଖେଳ ପରେ ଭିଡ଼ିଓରେ ନିରୀକ୍ଷଣ କରନ୍ତି । ତାହାକୁ ଆଧାର କରି ସେ ବ୍ୟାଟିଂରେ ଅଧିକ ଉନ୍ନତି ଆଣିବା ଲାଗି ଚେଷ୍ଟା କରିଆସୁଛନ୍ତି । ସେହିପରି, ଶିଖର ଧାୱନଙ୍କ ଠାରୁ ମଧ୍ୟ ସେ ବହୁତ କିଛି ଶିଖିଛନ୍ତି । ଡ୍ରେସିଂ ରୁମ୍ରେ ତାଙ୍କ ସହିତ ଆଲୋଚନା କରି କିଛି ଟିପ୍ସ ମଧ୍ୟ ନିଅନ୍ତୁ । ଧାୱାନଙ୍କ ସହିତ ଖେଳିବା ସୁଯୋଗ ପାଇଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି ବୋଲି କାଲରା କହିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =