ଆସନ୍ତାକାଲି ୩ୟ ପର୍ଯ୍ୟାୟ ମତଦାନ

0 549

ଭୁବନେଶ୍ୱର : ଆସନ୍ତା କାଲି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟରେ ଥିବା ମୋଟ ୧୧୬ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନ, କେରଳର ସମସ୍ତ ୨୦ଟି ଲୋକସଭା ଆସନ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି ଆସନ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ ଟି ଲେଖାଏଁ ଆସନ, ବିହାର ଓ ପଶ୍ଚିମ ବଙ୍ଗର ୫ଟି ଲେଖାଏଁ ଆସନ, ଆସାମର ୪ଟି, ଗୋଆର ୨ଟି ଓ ତ୍ରିପୁରା, ଦାଦ୍ରା ଓ ନଗରହାବେଳୀ, ଜାମ୍ମୁ ଓ କାଶ୍ମୀରର ଗୋଟିଏ ଲେଖାଏଁ ଅନ୍ତର୍ଭୁକ୍ତ ।

hiranchal ad1
Leave A Reply

Your email address will not be published.

8 + 1 =