ଖଣ୍ଡପଡ଼ାରେ ଜମୁଛି ବିଜେଡି ପ୍ରଚାର

0 576

ଖଣ୍ଡପଡା: ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ  ଜମୁଛି ପ୍ରଚାର । ଆଜି  ଖଣ୍ଡପଡାର  ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ବାଇକ ରାଲିରେ ବାହାରି ଗାଁ ଗାଁ ବୁଲି ଅଞ୍ଚଳବାସୀଙ୍କୁ ଭେଟିଛନ୍ତି । ସୌମ୍ୟଙ୍କ ରୋଡ ସୋରେ ଆଜି ସାମିଲ ହୋଇଛନ୍ତି କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଭାପୁର ବ୍ଲକର ଉପାଧ୍ୟକ୍ଷ ଗୟାଧର ପରିଡା ମଧ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ।

hiring


ପ୍ରଥମେ ଫତେଗଡରୁ ଏହି ରାଲି ଆରମ୍ଭ ହୋଇ ବାହାଡା ଛକ ଯାଏଁ ଯାଇଥିଲା । ସେଠାରୁ ସମର୍ଥକଙ୍କ ସହ ବାଘୁଆପଲ୍ଲୀ, ଭଗବାନପୁର ପଂଚାୟତ, ବନମାଳୀପୁର ପଂଚାୟତ ବୁଲି ଭୋଟ ମାଗିଛନ୍ତି ସୌମ୍ୟରଂଜନ ।  ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକି ଥିବାରୁ ପ୍ରଚାରକୁ ଜୋରଦାର କରାଯାଉଛି । ଗାଁକୁ ଗାଁ ବୁଲି ଭୋଟରଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବା ପାଇଁ କହୁଛନ୍ତି ପ୍ରାର୍ଥୀ ।

hiranchal ad1
Leave A Reply

Your email address will not be published.

5 + 12 =