ଖୁବ୍‌ ଶୀଘ୍ର ଅବଶିଷ୍ଟାଂଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ନବୀନ

0 533

ଭୁବନେଶ୍ୱର: ଆଜି ଉଭୟ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କୁ ଦଳରେ ସାମିଲ୍‌ କରିବା ପାଇଁ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ ନବୀନ ନିବାସଠାରେ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ କାକଟପୁରର ବିଜେପି ପ୍ରାର୍ଥୀ ତୁଷାର କାନ୍ତି ବେହେରା ଓ ବରପାଲିର ୫୦ ଜଣ ବିଜେପି ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ୍‌ ହୋଇଛନ୍ତି।

hiring

ସେହିପରି ଏହି ମିଶ୍ରଣ ପର୍ବରେ କଂଗ୍ରେସର ସୀତାରାମ ପାଣିଗ୍ରାହୀ ଓ ସୁଧୀର ପଲେଇ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ୍‌ ହେବା ସହ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ମିଶ୍ରଣ ପର୍ବ ଅବସରରେ ନବୀନ ନିବାସଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି କି ଏଥର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଆସିବା କଥାରେ ନବୀନ କହିଛନ୍ତି କି ନିର୍ବାଚନ ସମୟରେ ଏପରି ଭାବେ ନେତାମାନେ ବିଭିନ୍ନ ଆଡକୁ ଯାଇଥାନ୍ତି। ଏହା କିଛି ନୂଆ କଥା ନୁହେଁ। ଶେଷରେ ସେ ଦଳର ପରବର୍ତ୍ତୀ ପ୍ରାର୍ଥୀ ତାଲିକା ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି କହିଛନ୍ତି।

hiranchal ad1
Leave A Reply

Your email address will not be published.

three × one =