ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0 595

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆସନ୍ତାକାଲି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ।

hiring

ଗତ ୨୯ ତାରିଖରେ ମୋଦୀ ତାଙ୍କ ପ୍ରଥମ ନିର୍ବାଚନୀ ଗସ୍ତରେ ଆସି ଜୟପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ଆସନ୍ତା ୬ ତାରିଖରେ ସେ ପୁଣି ସୁନ୍ଦରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି। ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଦୁଇ ଦୁଇଟି ସମାବେଶକୁ ସମ୍ବୋଧିତ କରିଛନ୍ତି। ବିଜେପିର ଏହି ଦୁଇ ଶୀର୍ଷ ନେତୃତ୍ବଙ୍କ ଲଗାତର ଗସ୍ତ ବିଜେପି ଶିବିରରେ ବେଶ୍‌ ଉତ୍ସାହ ଖେଳାଇ ଦେଇଛି।

hiranchal ad1
Leave A Reply

Your email address will not be published.

sixteen + nine =