ବର୍ଷିୟାନ ସ୍ୱାଧୀନତା ସେନାନୀଙ୍କ ଠାରୁ ଆଶିର୍ବାଦ ଭିକ୍ଷା କଲେ ଭାଜପା ପ୍ରାର୍ଥୀ

0 599

ସମ୍ବଲପୁର, ବର୍ତ୍ତମାନ ରାଜନୀତି ଯେଉଁ ଦ୍ରୁତ ଗତିରେ ଯାଉଛି, ସେଥିରେ ପୁରାତନ ମୂଲ୍ୟବୋଧ ପାଇଁ ସ୍ଥାନାଭାବ ଦେଖାଯାଏ କିନ୍ତୁ ଏହି ପ୍ରଚଳିତ ଧାରା ର ବ୍ଯତିକ୍ରମ ସ୍ବରୂପ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଏକ ଦୃଷ୍ଟାନ୍ତ ପ୍ରସ୍ତୁତ କରିଛନ୍ତି ।
ଭାଜପା ରାଷ୍ଟ୍ରୀୟ ସମ୍ପାଦକ ତଥା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ଦିନ ନିଜର ପୈତୃକ ସ୍ଥାନ ବରଗଡ଼ ର ତୋରା ଗ୍ରାମରୁ ନିଜର ରାଜନୈତିକ ସଙ୍ଗ୍ରାମ ର ଯାତ୍ରାରମ୍ଭ କରିଛନ୍ତି । ପ୍ରଥମେ ତୋରା ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ଵରୀ ମନ୍ଦିର ରେ ପୂଜା ପ୍ରାର୍ଥନା କରି ନିଜ ପୈତୃକ ଘରେ ଥିବା ଆଈ ଙ୍କୁ ସାକ୍ଷାତ କରି ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସେଠାରୁ ବରଗଡ଼ ସହର କୁ ଆସି ଏକ ବିରାଟ ଶୋଭାଯାତ୍ରା ରେ ଯାଇ ବରଗଡ଼ ଜିଲ୍ଲାପାଳ ଙ୍କ ପାଖରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।
ତାପରେ ଅପରାହ୍ନ ରେ ସୋହେଲା ନିକଟସ୍ଥ ପାଣିମୋରା ଗ୍ରାମ କୁ ଯାଇ ସେଠାରେ ରହୁଥିବା ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ (୯୫ ବର୍ଷ) ଓ ଦୟାନିଧି ନାୟକ (୯୪ ବର୍ଷ) ଙ୍କୁ ସାକ୍ଷାତ କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସଙ୍ଗେ ସଙ୍ଗେ ତାଙ୍କଠାରୁ ମଧ୍ୟ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଠାରେ ଏହା ଦ୍ରଷ୍ଟବ୍ଯ ଯେ ଏହି ଦୁହେଁ ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ଆଜନ୍ମ କଙ୍ଗ୍ରେସୀ ଓ ବର୍ତ୍ତମାନ ମଧ୍ୟ ନିଜ ପାର୍ଟି ପ୍ରତି ସମର୍ଥନ ଜଣାନ୍ତି ।

hiring
hiranchal ad1
Leave A Reply

Your email address will not be published.

5 + fourteen =