ବିଦ୍ରୋହୀଙ୍କୁ ନେଇ ଭାଜପା ଅଡ଼ୁଆ ରେ ପଡିଛି

0 676

ସମ୍ବଲପୁର, ବର୍ତ୍ତମାନ ଓଡିଶା ରେ ସାଧାରଣ ନିର୍ବାଚନ ଅନୁସାରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ଏକସାଥିରେ ହେବା ଦୃଷ୍ଟିରୁ ଶାସକ ପକ୍ଷ ବିଜୁ ଜନତା ଦଳ କୁ ଭାରତୀୟ ଜନତା ପାର୍ଟି ଭଲ ଟକ୍କର ଦେଇ ପାରିବ ବୋଲି ଆଶା କରାଯାଏ । କିନ୍ତୁ ପ୍ରାର୍ଥୀମାନଙ୍କୁ ଟିକଟ ଦେବା ଘୋଷଣା ପରେ ଅନେକ ବିଦ୍ରୋହୀ ମୁଣ୍ଡ ଟେକି ଥିବାରୁ ଦୁହିଁ ପକ୍ଷ ଅସୁବିଧା ରେ ପଡିବାର ଆଶଙ୍କା କରାଯାଉଛି ।

ଏହି କ୍ରମରେ ଉଭୟପକ୍ଷ ର ସ୍ଥିତି ଅନୁଧ୍ୟାନ ରୁ ଯାହା ଜଣା ପଡୁଛି ଭାଜପା କୁ ବିଦ୍ରୋହୀମାନେ ଅଧିକ କ୍ଷତି ପହୁଞ୍ଚାଇ ପାରନ୍ତି । ଏହି ସନ୍ଦର୍ଭ ରେ ସ୍ଥିତି ସମୀକ୍ଷା ରୁ ଜଣା ଯାଉଛି କି ବରଗଡ ଲୋକସଭା କ୍ଷେତ୍ରରେ ଭାଜପାର ବିଜୟ ସମ୍ଭାବନା କୁ ବିଗାଡିବା ପାଇଁ ସେଠାକାର ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୁବାଷ ଚୌହାନ ଏଥର ସୁଯୋଗ ନ ପାଇ ବିଦ୍ରୋହୀ ଭୂମିକାରେ ଅଛନ୍ତି । ଗତ ତିରିଶ ବର୍ଷକାଳ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ର ଜଣେ ନିଷ୍ଠାପର ପ୍ରଚାରକ ରୂପେ ସୁନାମ ଅର୍ଜନ କଲାପରେ ଭାଜପା ତାଙ୍କୁ ଗତଥର ଲୋକସଭା ପ୍ରାର୍ଥୀ ରୂପେ ବରଗଡ଼ରୁ ଠିଆ କରିଥିଲା । ସେଠାରେ ସେ ପ୍ରାୟ ୩.୫ ଲକ୍ଷ ଭୋଟ ପାଇ ମାତ୍ର ୧୧,୧୭୮ ଭୋଟ ବ୍ଯବଧାନ ବିଜଦ ପ୍ରାର୍ଥୀ ସୁବାସ ସିଂହଙ୍କ ଠାରୁ ପରାସ୍ତ ହୋଇଥିଲା ମଧ୍ୟ ଏଥର ତାଙ୍କୁ ଟିକଟ ଦିଆ ଗଲା ନାହିଁ । ଏଥର ତାଙ୍କ ସ୍ଥାନରେ ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଝାରୀଙ୍କୁ ପ୍ରାର୍ଥୀ କରାଯାଇଛି ।

hiring

ଏବିଷୟରେ ଅନେକ ତୁମ୍ଭିତୋଫାନ କଲାପରେ ଚୌହାନ ଙ୍କୁ ପାର୍ଟିର ରାଜ୍ୟ ଉପସଭାପତି ପଦ ଓ ବିଜେପୁର ରୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଟିକଟ ଦିଆ ଯାଇଥିଲା । ଏହି ଦୁହିଁ ସୁଯୋଗ କୁ ଏହା ଲଲିପପ ଛଡା ଆଉ କିଛି ନୁହେଁ କହି ସେ ପ୍ରତାଖ୍ଯାନ କରିଛନ୍ତି କିନ୍ତୁ ପାର୍ଟି ନ ଛାଡି ପାର୍ଟି ଭିତରେ ସଙ୍ଘର୍ଷ କରିବା ପାଇଁ ଘୋଷଣା କରିଛନ୍ତି ।
ସେହିପରି ଭାଜପା ର ଚିତ୍ରକୋଣ୍ଡା ର ଜଣେ ଟାଣୁଆ ନେତା ରୂପେ ପରିଚିତ ପୂର୍ବତନ ବିଧାୟକ ଓ ରାଜ୍ୟ ବିଧାନସଭାରେ ପୂର୍ବରୁ ଉପଵାଚସ୍ପତି ଆସନ ଅଲଙ୍କୃତ କରିଥିବା ପ୍ରହ୍ଲାଦ ଦୋରା ଙ୍କୁ ଏଥର ଟିକଟ ଦିଆ ନ ଯିବାରୁ ସେ ବର୍ତ୍ତମାନ ବିଦ୍ରୋହୀ ସାଜିଛନ୍ତି ।

ସେପଟେ ରାଜ୍ୟରେ ଭାଜପା ମହିଳା ମୋର୍ଚ୍ଚାର ମୁଖ୍ୟ ଥିବା ସୀମନ୍ତିନୀ ଜେନା ଙ୍କୁ ଟିକଟ ନ ମିଳିବାରୁ ସେ ମଧ୍ୟ ବିଦ୍ରୋହୀ ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି । ଏଣେ ଭାଜପା ର ରାଜ୍ୟ ଉପସଭାପତି ରାଜ କିଶୋର ଦାସ ପାର୍ଟି ଭିତରେ କଣଠେଷା ହୋଇ ଇସ୍ତଫା ଦେଲାପରେ ଗତକାଲି ବିଜଦ ରେ ଯୋଗ ଦେଇଛନ୍ତି ।
ବିଦ୍ରୋହୀ ସୁବାଷ ଚୌହାନଙ୍କ ସ୍ବର ରେ ସ୍ବର ମିଶାଇ ଶ୍ରୀ ଦାସ ମଧ୍ୟ ରାଜ୍ୟରେ ଏହିସ୍ଥିତି ପାଇଁ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି କହିଛନ୍ତି, ତାଙ୍କର ଯଦି ସତ୍ସାହସ ଅଛି ତ ବିଜେପୁର ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ରୂପେ ଠିଆ ହୋଇ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦିଅନ୍ତୁ ।

hiranchal ad1
Leave A Reply

Your email address will not be published.

5 × 4 =