ନୟାଗଡ଼ ରାଜନୀତିରେ ରାଣୀ-ଇରାନୀ ଲଢେଇ !

0 164

ଦଶପଲ୍ଲା : କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ନୟାଗଡ ଜିଲ୍ଳାରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଆଲୋଚନା ହେଉଛି । ଗୋଟିଏ ପଟେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ରାଜନୈତିକ ପତିଆରାକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ଅନ୍ୟ ପଟେ ପୂର୍ବତନ କନ୍ଧମାଳ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେସ୍ୱରୀ ସିଂଙ୍କୁ ନେଇ ନୟାଗଡ ରାଜନୀତିରେ ଆଲୋଚନା ଚାଲିଛି । କିଏ କହୁଛି ପୂର୍ବତନ ବିଜେଡି କନ୍ଧମାଳ ସାଂସଦ ତଥା ବର୍ତ୍ତମାନ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସ୍ୱାମୀଙ୍କର ଶ୍ରାଦ୍ଧବାର୍ଷିକୀ ପରଠାରୁ ଜିଲ୍ଲା ବିଜେପି ଶିବିରରେ ମୃଦୁକମ୍ପନ ସୃଷ୍ଟି ହୋଇଛି । ଯେବେଠାରୁ ରାଣୀ ପ୍ରତ୍ୟୁଷା ଜିଲ୍ଲା ବିଜେପି ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଓ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ସେବେଠାରୁ ବିଜେପିର ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଇର୍ଷାରେ ଜଳିବାକୁ ଆରମ୍ଭ କରିଛନ୍ତି । କାରଣ ଯେଉଁଦିନ ରାଣୀ ପ୍ରତ୍ୟୁଷା ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ୍‌ର ସାକେରୀ ଗ୍ରାମରେ ଏକ ମିଶ୍ରଣ ପର୍ବ କରି ସେଥିରେ ବହୁ ବିଜେଡି କର୍ମୀଙ୍କୁ ବିଜେପି ସାମିଲ କଲେ ଠିକ୍‌୍‌ ସେହିଦିନ ସନ୍ଧ୍ୟାରେ ଇରାନୀ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଲେ ଯେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଆମେ ହେଲୁ ନୟାଗଡ ଜିଲ୍ଲା ବିଜେପିର ପ୍ରତିନିଧି । ରାଣୀ ପ୍ରତ୍ୟୁଷା ଯେକୌଣସି ସଂଗଠନ ବା ମିଟିଂ କରୁଛନ୍ତି ତାହା ହେଉଛି ବିଜେପିର । ଏପଟେ ବିଜେପି ନାରୀନେତ୍ରୀ ତଥା ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ପାଖରେ କିଛି ହାତଗଣତି ସମର୍ଥକ ଥିବା ବେଳେ ରାଣୀ ପ୍ରତ୍ୟୁଷାଙ୍କ ପାଖରେ ବିଜେପିର ପ୍ରମୁଖ ସମର୍ଥକ । ରାଣୀ ପ୍ରତ୍ୟୁଷାଙ୍କ ପାଇଁ ଚାରିଆଡେ କହି ବୁଲୁଛନ୍ତି ଯେ, ଆଗାମୀ ନିର୍ବାଚନରେ ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ହେବେ । ଏ ଖବର ଜିଲ୍ଲା ସାରା ଚର୍ଚ୍ଚା ହେଉଛି । ଅନ୍ୟ ପଟେ କେତେକ ବିଜେପି କର୍ମୀଙ୍କ ଅଭିଯୋଗ ହେଲା ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ଯଦି କେହି କୌଣସି କାମରେ ଫୋନ୍‌ କରନ୍ତି ସେ ଫୋନ୍‌ ଉଠାନ୍ତି ନାହିଁ । ସେଥିପାଇଁ ବିଜେପି କର୍ମୀମାନେ ତାଙ୍କଠାରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହୋଇଛନ୍ତି । ଦେଖିବାକୁ ବାକି ରହିଲା ଉଭୟଙ୍କ ମଧ୍ୟରୁ କେଉଁ ବିଜେପି ନେତ୍ରୀଙ୍କୁ ଜନସାଧାରଣ ପସନ୍ଦ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

hiranchal ad1
Leave A Reply

Your email address will not be published.

six + 8 =