ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

0 69

ଘୁ ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ରୋଗୀକଲ୍ୟାଣ ସମିତିର ବାର୍ଷିକ ବୈଠକ ବିପିଏଚଓ ଡଃ.ରତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏସଟିଏଫ ଅଶୋକ କୁମାର ବେହେରା ଅତିଥିଙ୍କ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଉପ ବାଚସ୍ପତି ସାଲୁଗା ପ୍ରଧାନ,ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ,ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଉପସ୍ଥିତ ଥିଲେ । ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇ ପାରିତ କରାଯାଇଥିଲା । ପରବର୍ତ୍ତୀ ଆଲୋଚନାରେ ଘୁ.ଉଦୟଗିରି ଏବଂ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଯଥା – ଆହାର କେନ୍ଦ୍ର ନିର୍ମାଣ, ହାଇମାକ୍ସ ଲାଇଟ୍‌, ମେଡିକାଲ ଶୌଚାଳୟର ମରାମତି, ପାନୀୟ ଜଳ, ଉଭୟ ମେଡିକାଲରେ ଚୂନ ମାରିବା ସହ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯିବା ସହ ଏହାର ସମାଧାନ ନିମନ୍ତେ ବିଧାୟକ ତଥା ଉପ ବାଚସ୍ପତି ସମସ୍ତଙ୍କ ସହଯୋଗ କାମନା କରିବା ସହ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା କିଛି ଜରୁରୀ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା,ଏନଏସି ଅଧ୍ୟକ୍ଷା, ପିଡବ୍ଲୁଡ଼ି ଏବଂ ପିଏଚଡି ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଅଭାବ, ରକ୍ତ ଭଣ୍ଡାର,ସିକିଲସେଲ ୟୁନିଟ୍‌ଠାରୁ ଆରମ୍ଭ କରି ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହର ଅଭାବ, ଅର୍ଦ୍ଧ ନିର୍ମିତ ଥିବା ସରକାରୀ ବାସଗୃହ ନିର୍ମାଣ କରିବା । ତାସହ ଶବ ବ୍ୟବଚ୍ଛେଦ ଗୃହ ମରାମତି କରାଯିବା ସହ ଅତି ସଂକୀର୍ଣ୍ଣ ଥିବା ରାସ୍ତାକୁ ଚଉଡା କରିବା ପାଇଁ ଉପସ୍ଥିତ କମିଟି ସଦସ୍ୟ ଚିନ୍ମୟ କୁମାର ସେଠି ଦାବି ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ବିପିଏମ ରାଜକିଶୋର ସାହୁ ଓ ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବାର୍ଷିକ ଆର୍ଥିକ ବିବରଣୀ ପାଠ କରିଥିବା ବେଳେ କମିଟି ସଭ୍ୟ ଚିନ୍ମୟ କୁମାର ସେଠୀ, ମହମ୍ମଦ ନୁର, ଉଦୟନାଥ ନାୟକ, ଜିତେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିବା ବେଳେ ଲାଇନ ଡିପାର୍ଟମେଣ୍ଟ ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ବନସ୍ମିତା ମାଡାମଙ୍କ ସମେତ ପିଏଚଡି ଯନ୍ତ୍ରୀ ସିତାଂଶୁ କବି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − seventeen =