ବେଙ୍ଗଲ ବିଜେପିରେ ସଂକଟ : ରାଜ୍ୟପାଳଙ୍କ ସହ ବୈଠକରେ ସାମିଲ ହେଲେନି ୨୪ ବିଜେପି ବିଧାୟକ

0 224

କୋଲକତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ପୁରା ବଦଳିଯାଇଛି । ପୁଣିଥରେ ବେଙ୍ଗଲରେ ଦିଦି ସରକାର ଆସିବା ପରେ ଦଳଡିଆ ନେତାମାନେ ଏବେ ତୃଣମୂଳ କଂଗ୍ରେସକୁ ଫେରିବାକୁ ବ୍ୟାକୁଳ ହେଉଥିବା ଜଣାପଡିଛି । ନିକଟରେ ଟିଏମସି ଛାଡି ବିଜେପି ଯୋଗ ଦେଇଥିବା ମୁକୁଲ ରାୟଙ୍କ ଘର ବାହୁଡା ହୋଇଛି । ଟିଏମ୍‌ସି ମୁହାଁ ହେଉଥିବା ନେତାଙ୍କୁ ଅଟକାଇବା ପାଇଁ ବିଜେପି ଯେଉଁ ଚେଷ୍ଟା ଚଳାଇଛି ତାହା ସଫଳ ହେଲା ଭଳି ଲାଗୁ ନାହିଁ । କାରଣ ଗତକାଲି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳ ଭେଟିଥିଲେ । ୨୪ଜଣ ବିଜେପି ବିଧାୟକ ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ । ଏହି ବିଧାୟକମାନେ ଅ।।ଗମୀ ଦିନରେ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଘଟୁଥିବା ଅନେକ ହିଂସା ତଥା ଭୁଲ ଘଟଣା ବିଷୟରେ ରାଜ୍ୟପାଳଙ୍କୁ ଜଣାଇବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିଜେପି ନେତାଙ୍କ ଉଦ୍ଦେଶ୍ୟ ଥିଲା । କିନ୍ତୁ ୭୪ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୨୪ଜଣ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆସିନଥିଲେ । ଏଥିରୁ ଜଣାପଡୁଛି ଯେ, ବିଜେପି ବିଧାୟକମାନେ ଶୁଭେନ୍ଦୁଙ୍କୁ ସେମାନଙ୍କ ନେତା ଭାବରେ ଗ୍ରହଣ କରିବାକୁ ଚାହୁଁନାହାନ୍ତି ।
ଗତ ସପ୍ତାହରେ ମୁକୁଲ ରୟ ଟିଏମସିକୁ ଫେରିଥିଲେ । କୁହାଯାଉଛି ରାଜୀବ ବାନାର୍ଜୀ, ପ୍ରଦୀପ ବିଶ୍ୱାସ ଏବଂ ସୁବ୍ରନ୍ଧୁ ରୟଙ୍କ ସମେତ ଅନ୍ୟ ଅନେକ ନେତା ମଧ୍ୟ ରୟଙ୍କ ପରେ ଟିଏମସିକୁ ଫେରିପାରନ୍ତି । ରୟ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି କୃଷ୍ଣନଗର ଉତ୍ତର ଆସନରେ ଜିତିଥିଲେ ।

hiranchal ad1
Leave A Reply

Your email address will not be published.

15 − fifteen =