ବୌଦ୍ଧ-ବଘିଆପଡା ରାସ୍ତା ପାଲଟିଛି ମରଣଜନ୍ତା !

0 913

ବୌଦ୍ଧ,୧୫/୬ – ବୌଦ୍ଧ ଠାରୁ ବଘିଆପଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣଜନ୍ତା ସାଜିଛି । ଗତ ୩ ବର୍ଷ ହେଲା ୧୮ କିଲୋମିଟର ରାସ୍ତା କାମ ଚାଲିଥିବା ବେଳେ କେବେ ସରିବାର ନାମ ନେଉନାହିଁ । ଅନେକ ସ୍ଥାନରେ ଅଧାପନ୍ତରିଆ କାମକରି ଠିକାସଂସ୍ଥା ପକାଇ ରଖୁଥିବା ହେତୁ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଗତକାଲି ଜଗଦୀଶପୁର୍‌ ଗ୍ରାମ ନିକଟରେ ରାସ୍ତା ମଝିରେ ହୋମ୍‌ ପାଇପ ପକାଇବା ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ଉକ୍ତ ଗାତ ୧୦ ଦିନ ହେଲା କରାଯାଇଥିଲେ ମଧ୍ୟ କାର୍ଯ୍ୟରେ ଅବହେଳା ଯୋଗୁଁ କାମ ସମ୍ପୁର୍ଣ୍ଣ ହୋଇପାରୁନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏ ଗାତ ଖୋଳିିବା ଦିନ ଠାରୁ ଗତକାଲି ସୁଦ୍ଧା ପ୍ରାୟ ୫ ଜଣ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ସାରିଛନ୍ତି ।

hiring

ଡାଇଭର୍ସନ୍‌ ରୋଡ ନିର୍ମାଣ କରାଯାଇନାହିଁ କିମ୍ବା ରାସ୍ତା କାମ ଚାଲିଥିବା ନେଇ କୌଣସି ସୂଚନା ଫଳକ ମଧ୍ୟ ନାହିଁ । ଗାତ ପାଖରେ ପଡିଥିବା ମାଟିରେ ବାଡି ଖଣ୍ଡେ ପୋତି ପୂଜା କଲାଭଳି ଛୋଟ ନାଲିକନା ଖଣ୍ଡେ ବନ୍ଧାଯାଇଛି । ସନ୍ଧ୍ୟାବେଳେ ରାସ୍ତାରେ ଯାନବାହନରେ ଯାଉଥିବା ଲୋକେ ତାହାକୁ ଦେଖି ପାରିବା ଅସମ୍ଭବ ହେଉଥିବାରୁ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି । ପୂର୍ତ୍ତ ବିଭାଗର ଅଧିକାରୀମାନେ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

13 + 2 =