ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ

0 69

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ । ବାଲେଶ୍ଵରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରହିଛି । ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଏହା ସମେତ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ।
ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନ ଚୌବେ । ଭାରତ ବସୁଧୈବ କୁଟୁମ୍ବକମ ରେ ବିଶ୍ୱାସ କରେ ତେଣୁ ସବୁବେଳେ ସମଗ୍ର ବିଶ୍ୱର ଶାନ୍ତି ଚାହେଁ ବୋଲି ସେ କହିଛନ୍ତି । ମହାବୀର, ବୁଦ୍ଧ ଓ ଶାନ୍ତିର ଉପାସକ ଭାବେ ଲୋକଙ୍କୁ ସଦବୁଦ୍ଧି ମିଳୁ ଏବଂ ବିଶ୍ବରୁ ଆତଙ୍କବାଦ ବିଲୋପ ହେବା ଆବଶ୍ୟକ । ଏଥିପାଇଁ ସମଗ୍ର ବିଶ୍ୱର ଶକ୍ତି ଏକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କ୍ଷୁଧା ସୂଚକାଙ୍କ ରେ ଭାରତ ୧୧୧ ତମ ସ୍ଥାନରେ ରହିଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ପୂର୍ବରୁ ସ୍ଥିତି ଆହୁରି ଖରାପ ଥିଲା । ପୁରା ବିଶ୍ୱ ଏବେ ଭାରତ ଉପରେ ଦୃଷ୍ଟି ରଖିଛି । କେବେ ଦୁନିଆକୁ ଆମେ ଦେଖୁଥିଲେ କିନ୍ତୁ ବର୍ତ୍ତମାନ ପୁରା ଦୁନିଆ ଆମ ଉପରେ ନଜର ରଖିଥିବା ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seven + 4 =