ବର୍ଷେ ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

0 78

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ଦଳ । ଆଉ ବର୍ଷେ ବଢିଛି ତାଙ୍କ କାର୍ଯ୍ୟକାଳ । ଅର୍ଥାତ,ସେ ଆସନ୍ତା ୨୦୨୪ ନିର୍ବାଚନ ଶେଷ ହେବା ଯାଏଁ ଏହି ଦାୟିତ୍ୱରେ ରହିବେ । ତାଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢିବ । ଏନେଇ ଆଜି ଗୃହମନ୍ତ୍ରୀ ଅମିତ୍‌ ଶାହା ଘୋଷଣା କରିଛନ୍ତି । ଶାହାଙ୍କ ଘୋଷଣା ମୁତାବକ, ଆଗାମୀ ୧ବର୍ଷ ପାଇଁ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ଦଳ ୨୦୨୪ ନିର୍ବାଚନ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଲଢିବ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ଜେପି ନଡ୍ଡାଙ୍କୁ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହାକୁ ମିଶାଇ ନଡ୍ଡା ଦ୍ୱିତୀୟଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ବିଜେପିର କ୍ରମାଗତ ୨ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ନଡ୍ଡା ହେଉଛନ୍ତି ତୃତୀୟ ନେତା । ଏହା ପୂର୍ବରୁ ରାଜନାଥ ସିଂ,ଲାଲକୃଷ୍ଣ ଆଡଭାନୀ ଦୁଇରୁ ଅଧିକ ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ମୋଦୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିସାରିଥିବା ଜେ.ପି ନଡ୍ଡା ଅଧ୍ୟକ୍ଷ ହେବା ପୂର୍ବରୁ ଜମ୍ମୁ-କାଶ୍ମୀର ଓ ଉତ୍ତର ପ୍ରଦେଶରେ ଦଳର ପ୍ରଭାରୀ ମହାସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ନଡ୍ଡା ୨୦୧୦ ମସିହାରେ ରାଷ୍ଟ୍ର୍ରୀୟ ରାଜନୀତିରେ ପାଦ ରଖିଥିଲେ । ଏହି ସମୟରେ ନୀତିନ ଗଡକରୀ ନଡ୍ଡାଙ୍କୁ ଦଳର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଜେପି ନଡ୍ଡାଙ୍କ ଗୃହରାଜ୍ୟ ହେଉଛି ହିମାଚଳ ପ୍ରଦେଶ । ନିକଟରେ ସେଠାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ଏହାପରେ ଜେପି ନଡ୍ଡାଙ୍କୁ ଦଳ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଆଜି ଶାହଙ୍କ ଏହି ଘୋଷଣା ପରେ ସବୁ ସସପେନ୍ସ ଦୂର ହୋଇଛି । ଆଜି ଥିଲା ବୈଠକର ଶେଷ ଦିନ । ଆଉ ଉଦଯାପନୀ ଦିବସରେ ହିଁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ମୋହର ବାଜିଛି ।

hiranchal ad1
Leave A Reply

Your email address will not be published.

1 × 5 =