ନବରାତ୍ରିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ରହିବନି ଧନର ଅଭାବ

0 119

ହିରାଞ୍ଚଳ ଲାଇଭ : ଅକ୍ଟୋବର ୭ରୁ ନବରାତ୍ର ଆରମ୍ଭ ହୋଇସାରିଲାଣି । ଏହି ୯ଦିନ ମା’ ଦୁର୍ଗାଙ୍କ ୯ଟି ରୂପର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏହି ୯ଦିନ ମା’ଙ୍କର ପୂଜା ଖୁବ୍ ଧୁମଧାମ୍ ରେ ପାଳନ କରାଯାଇଥାଏ । ତେଣୁ ଏହି ନବରାତ୍ରିର ପୂଜାରେ ହେଉଥିବା ବ୍ରତ ଓ ପୂଜାପାଠକୁ ଖୁବ୍ ନିୟମ ସହକାରେ ପାଳନ କରାଯାଇ ଆସୁଛି । ତେବେ ମାନ୍ୟତା ରହିଛି ଯେ, ନବରାତ୍ରରେ କିଛି ଏପରି ଜିନିଷ ଘରକୁ ଆଣିବା ଦରକାର ଯାହାଦ୍ୱାରା ମା’ ଖୁବ୍ ପ୍ରସନ୍ନ ହୋଇଥାନ୍ତି । ଏଥିସହିତ ଭକ୍ତ ମାନଙ୍କ ମନୋକାମନା ପୂରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେସବୁ ଜିନିଷ ଯାହାକୁ ଆଣିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ପଦ୍ମ ଫୁଲ ଉପରେ ବିରାଜମାନ ହୋଇଥିବା ମା’ଙ୍କ ମୂର୍ତ୍ତି ଘରକୁ ଆଣିବାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଥାଏ । ଆପଣ ନିଜ ଘରକୁ ଧନ ଓ ସମୃଦ୍ଧ ଆଣିବା ପାଇଁ ନବରାତ୍ର ସମୟରେ ଦେବୀ ଲକ୍ଷ୍ମୀଙ୍କର ଏପରି ଚିତ୍ରପଟ ଆଣନ୍ତୁ ଯେଉଁଥିରେ ମା’ ଲକ୍ଷ୍ମୀ ପଦ୍ମ ଫୁଲ ଉପରେ ବିରାଜମାନ ହୋଇଥିବେ । ପଦ୍ମ ହେଉଛି ମା’ଙ୍କ ପ୍ରିୟ ଫୁଲ । ତେଣୁ ଏହି ସମୟରେ ପଦ୍ମ ଫୁଲ କିମ୍ବା ତା ସହିତ ସମ୍ବନ୍ଧିତ ଚିତ୍ର ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କ କୃପା ଘର ଉପରେ ରହିଥାଏ । ସେହିପରି ଦ୍ୱିତୀୟରେ ଷୋଳ ଶୃଙ୍ଗାରର ଜିନିଷ ଆଣିଲେ ମା’ ଦୁର୍ଗାଙ୍କ କୃପା ସର୍ବଦା ଘର ଉପରେ ରହିଥାଏ । ସୁନା କିମ୍ବା ଚାନ୍ଦିର କଏନ୍ ମଧ୍ୟ ଏହି ସମୟରେ ଆଣିବା ଦ୍ୱାରା ଘରକୁ ସମୃଦ୍ଧିର ଆଗମନ ହୋଇଥାଏ । ଏହାକୁ ଶୁଭ ବୋଲି ଧରାଯାଇଥାଏ । କଏନ୍ ଉପରେ ମା’ ଲକ୍ଷ୍ମୀ କିମ୍ବା ଭଗବାନ ଗଣେଷଙ୍କ ଚିତ୍ର ରହିଥିବା କଏନ୍ ନବରାତ୍ରି ସମୟରେ ଆଣନ୍ତୁ ।

hiranchal ad1
Leave A Reply

Your email address will not be published.

20 − 16 =