ଏବେ ଅବସର ନେବାକୁ ଚାହୁଁନାହାନ୍ତି ଧୋନି

0 539


ମୁମ୍ବାଇ : ବିଶ୍ୱକପ୍ ଶେଷ ହେବା ପରଠାରୁ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବିସିସିଆଇରେ ସବୁଠୁ ଅଧିକ ବିଚାର ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଧୋନି ବର୍ତ୍ତମାନ ଅବସର ନେବାକୁ ଚାହୁଁନାହାଁନ୍ତି । ଟି-୨୦ ବିଶ୍ୱକପ୍ ଉପରେ ତାଙ୍କ ନଜର ରହିଛି । ଏହି ବିଶ୍ୱକପ୍ ଖେଳିବାକୁ ତାଙ୍କର ଇଚ୍ଛା । ନିକଟରେ ଧୋନିଙ୍କ ସହ ଚୟନ କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦଙ୍କର ଆଲୋଚନା ହୋଇଥିଲା ।

hiring

ଆଲୋଚନା ବେଳେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ, ତାଙ୍କୁ ଆଉ କୌଣସି ପରବର୍ତ୍ତୀ ଯୋଜନାଗୁଡ଼ିକରେ ସାମିଲ୍ କରାଯାଇ ନପାରେ । କାରଣ ଏଣିକି ଟିମ୍ ମ୍ୟାନେଜମେଣ୍ଟ ଓ ଚୟନ କମିଟି ଯୁବ ଖେଳାଳିମାନଙ୍କୁ ନେଇ ଯୋଜନା ପ୍ରସ୍ତୁତି କରିବ । ଆଲୋଚନା ବେଳେ ଧୋନି ମଧ୍ୟ ପ୍ରସାଦଙ୍କୁ ଏକଥା ଜଣାଇ ଦେଇଥିଲେ ଯେ, ସେ ବର୍ତ୍ତମାନ ପାଇଁ ଅବସର ନେବାର କୌଣସି ଯୋଜନା ନାହିଁ । ସେ କ’ଣ କରିବେ ତାହା ସେ ନିଜେ ହିଁ ନିଷ୍ପତ୍ତି ନେବେ । ତେବେ ପ୍ରସାଦ କହିଛନ୍ତି ଯେ, ଆଗକୁ ଯୁବ ଖେଳାଳିମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ଏହାକୁ ଆଖି ଆଗରେ ରଖି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷିତ ଦଳରେ ଯୁବ ଖେଳାଳିମାନଙ୍କୁ ଗୁରୁତ୍ୱ ଦିଆଯାଇଛି । କେତେକ ନୂଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି । ତେଣୁ ଧୋନି କ’ଣ କରିବେ ନକରିବେ, ତାହା ତାଙ୍କ ଉପରେ ନିର୍ଭର କରୁଛି । ସେ ଚାହିଁଲେ ଆଜି କିମ୍ବା କାଲି କିମ୍ବା ଯେକୌଣସି ସମୟରେ ଅବସର ଗ୍ରହଣ କରିପାରନ୍ତି । ଏହା ସଂପୂର୍ଣ୍ଣ ତାଙ୍କର ଇଚ୍ଛାଦିନ ବିଷୟ ବୋଲି ପ୍ରସାଦ କହିଛନ୍ତି । ଚୟନ କମିଟିର ଏଭଳି ମନୋଭାବକୁ ନେଇ ଧୋନି ଦୁଇ ମାସ ପାଇଁ ବ୍ରେକ୍ ନେଇ ଇଣ୍ଡିଜ୍ ଗସ୍ତରୁ ସଂପୂର୍ଣ୍ଣ ଭାବେ ନିଜକୁ ମୁକ୍ତ ରଖିଛନ୍ତି । ଅପମାନିତ ହେବା ପୂର୍ବରୁ ନିଜେ ଦୂରେଇଯିବା ସବୁଠୁ ଶ୍ରେୟସ୍କର ବୋଲି ସେ ଉଚିତ୍ ମନେ କରିଛନ୍ତି । ଧୋନି ତାଭ୍କର ବିଶ୍ରାମ ସମୟରେ ଭାରତୀୟ ସେନା ପାଇଁ କିଛି କାର୍ଯ୍ୟ କରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =