ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା ପାଇଁ ବନସୁରକ୍ଷା ସମିତିକୁ ଆହ୍ୱାନ : ପ୍ରଥମ ପର୍ଯ୍ୟାୟରେ ୧୭୬ ଜଣ ଚାଷୀଙ୍କୁ ରିହାତିରେ ଲଙ୍ଗଳ ଏବଂ ୧୭ ଜଣଙ୍କୁ ସିଞ୍ଚନ ଯନ୍ତ୍ର ପ୍ରଦାନ

0 686

ରାଜକିଶୋରନଗର :ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବାମୁର ବନାଞ୍ଚଳ ପକ୍ଷରୁ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଅବସରରେ ବାମୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଆନ୍ତଃବିଭାଗୀୟ ଏକାଭିମୁଖିକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାମୁର ବନାଞ୍ଚଳ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ର ମରେ କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମ୍ୟକ୍ ସାମନ୍ତରା, ସହକାରୀ ବନସଂରକ୍ଷକ ଗୈ÷ାରୀଶଙ୍କର ଦାସ, କୃଷିସମ୍ପ୍ରସାରଣ ଅଧିକାରୀ ଚଣ୍ଡି ପ୍ରସାଦ ମହାଲିକ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟର ବୈ÷ଷୟିକ ବିଶେଷଜ୍ଞ ତପନ କୁମାର ମଲ୍ଲିକ୍ , ସରପଞ୍ଚ ବିନୋଦିନୀ ସାହୁ, ଲକ୍ଷ୍ମଣ ବେହେରା , ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବନ ବିଭାଗ କର୍ମଚାରୀ ଓ ସମସ୍ତ ବନସୁରକ୍ଷା ସମିତିର ସକ୍ରିୟ ସହଯୋଗ କାମନା କରିଥିଲେ ।

hiring

ଉକ୍ତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ସହଯୋଗରେ କୃଷକ ମାନଙ୍କୁ କୃଷିଯନ୍ତ୍ରପାତି ବିତରଣ କରାଯାଇଥିଲା । ୧୭୬ ଜଣ ଚାଷୀଙ୍କୁ ରିହାତୀ ଦରରେ ଲୁହା ଲଙ୍ଗଳ ଏବଂ ୧୭ ଜଣ ଚାଷୀଙ୍କୁ ସିଞ୍ଚନ ଯନ୍ତ୍ର ଯୋଗାଇ ଦିଆଯାଇଥିଲା । ବାମୁର ବନାଞ୍ଚଳରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ସମସ୍ତ ବନ ସୁରକ୍ଷା ସମିତିର କାର୍ଯ୍ୟକୁ ବନଖଣ୍ଡ ଅଧିକାରୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ବନସୁରକ୍ଷା ସମିତି ଜରିଆରେ ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରପରିଚାଳନା ସଂଯୋଜକ ଶୈ÷ଳେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚା ଳନା କରିଥିଲେ । ଏଥିରେ ବାମୁର ବନାଞ୍ଚର ବନସୁରକ୍ଷା ସମିତି, ବନବିଭାଗ କର୍ମଚାରୀ, ଓଡିଶା ଉନ୍ନୟନ ପ୍ରକଳ୍ପର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five − four =