ସୁଇଜରଲାଣ୍ଡ ରାଷ୍ଟ୍ରଦୂତଙ୍କ କିସ୍‍ ପରିଦର୍ଶନ

0 631

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ମିଶନ୍‍ ମୁଖ୍ୟ ଡ. ଆନେଡ୍ରେସ୍‍ ବମ୍‍ ସୋମବାର କିସ୍‍ ଓ କିଟ୍‍ ପରିଦର୍ଶନ କରିଛନ୍ତି । ସେ କିଟର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ । ପରେ ସେ କିସର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କହିଲେ, ଶିକ୍ଷା ସମସ୍ତ ସମସ୍ୟାର ସମାଧାନ କରିପାରେ । ଉପଯୁକ୍ତ ଶିକ୍ଷା ପାଇପାରିଲେ ତୁମେମାନେ ଶାନ୍ତି ଓ ଜୀବନରେ ସଫଳତା ପାଇପାରିବ ।

hiring

ତେଣୁ ତୁମେମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କର । ସେ କହିଲେ, ଛାତ୍ରଛାତ୍ରୀମାନଙ୍କୁ ମୋର ବିଶେଷ କିଛି ଉପଦେଶ ଦେବାର ନାହିଁ, ତଥାପି ତୁମେମାନେ ଅନ୍ୟକୁ ଅନୁକରଣ କରନାହିଁ । ନିଜର ସୃଜନଶୀଳତା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀମାନେ ଭଦ୍ର ଓ ଶୃଙ୍ଖଳିତ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ସୁଇଜରଲାଣ୍ଡ ସାଂସଦ ନିକୋଲାସ୍‍ ସାମୁଏଲ ଗଗର୍‍ କିସ୍‍ ପରିଦର୍ଶନ ଅବସରରେ କହିଲେ, ତୁମେମାନେ ପରବର୍ତ୍ତୀ ପିଢ଼ି । ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ଗଗର୍‍ କହିଲେ, ତୁମେମାନେ ଜୀବନରେ ସଫଳତା ପାଇବାକୁ ହେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁସରଣ କର । ସେ ଦୀର୍ଘ ୨୮ ବର୍ଷ ହେଲା ଶିକ୍ଷା ଜରିଆରେ ଜନଜାତିଙ୍କ ସେବା କରିଆସୁଛନ୍ତି । ସେଥିପାଇଁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣରେ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ସାଂସଦ କିସ୍‍ ଓ କିସ୍‍ ପରିଦର୍ଶନ କରିଥିବାରୁ ଛାତ୍ରଛାତ୍ରୀମାନେ ବେଶ୍‍ ଉତ୍ସାହିତ ହୋଇଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ କିସର ସଂପାଦକ ଆର ଏନ୍‍ ଦାଶ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − eight =