ଖୁବଶୀଘ୍ର ବାହାହେବେ ପୁନିଆ ଓ ସଙ୍ଗୀତା

0 567


ନୂଆଦିଲ୍ଲୀ: ଗୀତା ଫୋଗତ ଓ ପୱନ କୁମାର, ସାକ୍ଷୀ ମଲ୍ଳିକ ଓ ସତ୍ୟବର୍ତ୍ତ କାର୍ଡ଼ିଆନ୍ ଏବଂ ବିନେଶ୍ ଫୋଗତ ଓ ସୋମବୀର ରଥି ଏମାନେ ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଲେଣି । ଏହି ବିବାହ କ୍ଲବରେ ଖୁବ୍ଶୀଘ୍ର ଆଉ ଏକ ଯୋଡ଼ି ସାମିଲ୍ ହେବାକୁ ଯାଉଛନ୍ତି । ସେମାନେ ହେଲେ ଭାରୋତ୍ତଳକ ବଜରଙ୍ଗ ପୁନିଆଁ ଏବଂ ରେସଲର ସଙ୍ଗୀତା ଫୋଗତ । ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ଏହି ଦୁଇ ଆଥଲେଟ୍ ଅଂଶଗ୍ରହଣ କରିବେ । ଉଭୟ ନିଜ ନିଜ କ୍ଷେତ୍ରରେ ଏକାଧିକ ପଦକ ଅର୍ଜନ କରିଛନ୍ତି ।

hiring

କିଛିଦିନର ବୁଲାଚଲା ପରେ ଏବେ ସେମାନେ ବିବାହ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ସେମାନେ ନିଜ ନିଜ ପରିବାରକୁ ଜଣାଇ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଟୋକିଓ ଅଲିମ୍ପିକ୍ସ ପରେ ସେମାନଙ୍କର ବାହାଘର ହେବ । ସଙ୍ଗୀତାଙ୍କ ପ୍ରଶିକ୍ଷକ ମହାବୀର ସିଂ ମଧ୍ୟ ଏହି ଖବରକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଏହି ଯୋଡ଼ି ବେଶ୍ କିଛିଦିନ ହେଲା ପରସ୍ପରର ନିକଟବର୍ତ୍ତୀ ହୋଇ ଆସୁଛନ୍ତି । ତିନି ବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏବେ ଶେଷରେ ତାହା ବିବାହରେ ପରିଣତ ହେବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

10 + eighteen =