ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା

0 559

ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ । ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ମହିଳା ଟେନିସ୍ ଖେଳାଳି ସାନିଆ ମିର୍ଜା । ଜାନୁଆରୀ ୨୦୨୦ରେ ସାନିଆ ତାଙ୍କର ପରବର୍ତ୍ତୀ ଇଂନିସ୍ ଆରମ୍ଭ କରିବେ । ତେବେ ଏହାକୁ ନେଇ ସେ ସେତେଟା ଉତ୍ସାହିତ ନୁହଁନ୍ତି । ଏହାକୁ ସେ ଏକ ବୋନସ ଗେମ୍ ଭାବରେ ବିବେଚନା କରୁଛନ୍ତି । ୩୨-ବର୍ଷୀୟ ସାନିଆ ମାତୃତ୍ୱ ଲାଭ କରିବା ପରେ ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ରାମରେ ଅଛନ୍ତି । ଏବେ ସେ ପ୍ରତିଯୋଗିତାମୂଳକ ଟେନିସ୍କୁ ଫେରିବାକୁ ଯାଉଛନ୍ତି । ଜନନୀ ହେବା ପରେ ଖେଳିବା ଏକ ଭିନ୍ନ ଗୁରୁତ୍ୱ ବହନ କରେ । ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଜୋରଦାର ଅଭ୍ୟାସ କରୁଛନ୍ତି । ପ୍ରତିଦିନ ଚାରିଘଣ୍ଟା ପରିଶ୍ରମ କରୁଛନ୍ତି । ଏହାରି ମଧ୍ୟରେ ତାଙ୍କର ୨୪ କିଗ୍ରା ଓଜନ ହ୍ରାସ ପାଇଛି ।ଗର୍ଭବତୀ ହେବା ପରେ ସେ ଖେଳରୁ ବିଶ୍ରାମ ନେଇଥିଲେ । ତା’ପୂର୍ବରୁ ସେ ୬ଟି ଡବଲ୍ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ କରିସାରିଥିଲେ । ତନ୍ମଧ୍ୟରେ ତିନୋଟି ମିକ୍ସଡ୍ ଡବଲ୍ସ ରହିଛି । ଏହାଛଡ଼ା ସେ ମାନ୍ୟତା ତାଲିକାରେ ଏକ ନମ୍ବର ସ୍ଥାନ ମଧ୍ୟ ପାଇଛନ୍ତି । ଭିନ୍ନ ଭିନ୍ନ ଇଭେଣ୍ଟରେ ସେ ଏକାଧିକ ମେଡ଼ାଲ୍ ମଧ୍ୟ ଜିତିଛନ୍ତି । ତା୩ସହିତ ଡବ୍ଲୁଟିଏ ଫାଇନାଲ୍ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି । ସେହି ଫାଇନାଲରେ ସେ ସୁଇଜରଲ୍ୟାଣ୍ଡର ପ୍ରଖ୍ୟାତ ପ୍ରତିଯୋଗୀ ମାର୍ଟିନା ହିଙ୍ଗିସ୍ଙ୍କୁ ପରାସ୍ତ କରିଥିଲେ । ସେ କହିଛନ୍ତି ଯେ, ମୋ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଯାହାସବୁ ସ୍ୱପ୍ନ ଦେଖିଥିଲି ତାହା ପୂରଣ ହୋଇଛି । ତେଣୁ ଆଉ ଅଧିକ କିଛି ହାସଲ କରିବାର ନାହିଁ । ଯଦି ବି ଖେଳିବି ତାହା ମୋ ପାଇଁ ବୋନସ ହେବ ।

hiranchal ad1
Leave A Reply

Your email address will not be published.

11 − 6 =