ଏମସିସି ଆଜୀବନ ସଦସ୍ୟ ହେବା ମୋ ପାଇଁ ଗୌରବର କଥା: ଜନସନ୍

0 592

ଲଣ୍ଡନ:ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନ୍ସନ୍ଙ୍କୁ ମେଲବର୍ଣ୍ଣ୍ କ୍ରିକେଟ୍ କ୍ଲବ (ଏମ୍ସିସି)ର ଆଜୀବନ ସଦସ୍ୟ ଭାବେ ନିର୍ବାଚିତ କରଯାଇଛି । ଏନେଇ ଏମ୍ସିସି ପକ୍ଷରୁ ଚଳିତ ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଏହା ଘୋଷଣା କରାଯାଇଛି । ଏମ୍ସିସି ପକ୍ଷରୁ ଏସମ୍ପର୍କରେ ଟ୍ୱିଟରରେ ମଧ୍ୟ ଉଲ୍ଲେଖ କରାଯାଇଛି । ଜନ୍ସନ୍ ୨୦୦୫ରେ ଅଷ୍ଟ୍ରେଲିଆ ପକ୍ଷରୁ ଦିନିକିଆ ଡେବ୍ୟୁ କରି ୨୦୧୫ରେ ଅବସର ଘୋଷଣା କରିଥିଲେ । ଏହାମଧ୍ୟରେ ସେ ୨୦୦୭ ଓ ୨୦୧୫ କ୍ରିକେଟ୍ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ । ସେ ୭୩ଟି ଟେଷ୍ଟ ମ୍ୟାଚ୍ ଖେଳି ୨୮.୪୦ ହାରରେ ୩୧୩ଟି ୱିକେଟ୍ ନେଇଛନ୍ତି । ଏହାବ୍ୟତୀତ ୧୫୩ଟି ଦିନିକିଆରୁ ୨୩୯ଟି ୱିକେଟ୍ ଏବଂ ୩୦ଟି ଟି-୨୦ ମ୍ୟାଚରୁ ୩୮ଟି ୱିକେଟ୍ ନିଜ ନାମରେ କରିଛନ୍ତି । ଏମ୍ସିସିର ଆଜୀବନ ସଦସ୍ୟ ନିର୍ବାଚିତ ହେବା ପରେ ଜନ୍ସନ୍ କହିଛନ୍ତି କି, ଜଣେ କ୍ରିକେଟର ପାଇଁ ଏହା ଗୌରବର କଥା ।

hiranchal ad1
Leave A Reply

Your email address will not be published.

15 + 7 =