୩୩୩୮କୋଟି ଟଙ୍କାର ଫନି ସହାୟତା ଦେଲା କେନ୍ଦ୍ର ସରକାର

0 634

ଭୁବନେଶ୍ୱର : ରାଜ୍ୟକୁ କେନ୍ଦ୍ର ସରକାର ଆଜି ଫନି ସହାୟତା ବାବଦରେ ୩୩୩୮.୨୨କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଫନି ପରିବର୍ତ୍ତୀ ଥଇଥାନ ପାଇଁ କେନ୍ଦ୍ର ସରକାର ଏହି ଟଙ୍କା ଘୋଷଣା କରିଥିବା ବେଳେ ପୂର୍ବରୁ ଅଗ୍ରୀମ ଭାବରେ ୩୪୦କୋଟି ଟଙ୍କା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ଅବସରରେ ମଧ୍ୟ ଆଉ ୧ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । କେନ୍ଦ୍ର ସରକାର ଆଜି ଘୋଷଣା କରିଥିବା ସହାୟତା ରାଶିକୁ ଖୁବଶୀଘ୍ର ପ୍ରଦାନ କରାଯିବା ନେଇ ଦର୍ଶାଇଥିବା ବେଳେ ଓଡିଶା ସମେତ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ପାଇଁ ମଧ୍ୟ ୪୪୩୨କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥିରେ ମରୁଡି କ୍ଷତିଗ୍ରସ୍ତ ପାଇଁ ୧୦୨୯କୋଟି ଟଙ୍କା ଓ ହିମାଚଳ ପ୍ରଦେଶର ଭୂସ୍ଖଳନ ପାଇଁ ୬୪.୪୯ କୋଟି ଟଙ୍କା ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫନି ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରେ ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଫନି ସାମୁଦ୍ରିକ ଝଡର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟରେ କେନ୍ଦ୍ରକୁ ୨୪ହଜାର ୧୭୬କୋଟି ଟଙ୍କା ଦର୍ଶା ଯାଇଥିଲା । ତେବେ ରାଜ୍ୟ ସରକାର ଦର୍ଶାଇଥିବା ଅର୍ଥ କେନ୍ଦ୍ର ସରକାର ଦେଇନଥିଲେ ମଧ୍ୟ ଭବିଷ୍ୟତରେ ଆଉ ଅଧିକ ଅର୍ଥ ମିଳିବ ବୋଲି ଓଡିଶା ସରକାର ଆଶାବାଦି ରହିଛି ।

hiranchal ad1
Leave A Reply

Your email address will not be published.

twenty − eighteen =