ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ

0 600

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଛି ।
ବିଗତ ଦିନରେ ରାଜ୍ୟରେ ଶାସକ ବିଜେଡି ଅର୍ଥବଳ ଏବଂ ବାହୁବଳ ଲଗାଇ ନିର୍ବାଚନ ଲଢିଆସୁଛି । ପୋଲିସ ପ୍ରଶାସନଠୁ ଆରମ୍ଭ କରି ସରକାରୀ କଳଗୁଡିକୁ ଦଳୀୟ ଭିତିରେ ବ୍ୟବହାର କରିଛି ଶାସକ ଦଳ । ଏପରିକି ନିର୍ବାଚନ କମିଶନରଙ୍କ ଗାଇଡ ଲାଇନଙ୍କୁୁ ଉଲ୍ଲଘଂନ କରି ଶାସକ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଥ ରିଗିଂ ଓ ବୁଥ କ୍ୟାପଚରିଙ୍ଗ କରି ନିର୍ବାଚନକୁ ନିଜ ସପକ୍ଷରେ କରିଛି । ଆଗାମୀ ଦିନରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ପୌର ନିର୍ବାଚନ ନକରି ରାଜ୍ୟସରକାର ଜାଣିଶୁଣି ଦିନ ଗଡାଇ ଚାଲିଛନ୍ତି । ସେହିପରି ରାଜ୍ୟରେ କେତେକ ସ୍ଥାନରେ ପଂଚାୟତ ନିର୍ବାଚନ ହୋଇନାହିଁ । ରାଜ୍ୟରେ ବାକିଥିବା ସ୍ଥାନଗୁଡିକରେ ନିର୍ବାଚନକୁ ସୂଚାରୁରୂପେ କରିବା ସହ ପୌର ଓ ପଂଚାୟତ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଜଣାଇଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

20 − 1 =