କାଶ୍ମୀର ଛାଡିବାକୁ କ୍ରିକେଟ୍ ଖେଳାଳିମାନଙ୍କୁ ନିର୍ଦ୍ଦେଶ

0 581

ଶ୍ରୀନଗର: ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ସରକାର ଶୁକ୍ରବାର ଆଡଭାଇଜରୀ ଜାରି କରିବା ପରଠାରୁ ସମଗ୍ର ରାଜ୍ୟରେ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଅମରନାଥ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା । ଆଜି କ୍ରିକେଟରମାନଙ୍କୁ ଯଥଶୀଘ୍ର ରାଜ୍ୟ ଛାଡ଼ି ଚାଲିଯିବାକୁ କୁହାଯାଇଛି । ଭାରତର ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ୍ ଏବଂ ଶହେ କ୍ରିକେଟରଙ୍କୁ ଏଭଳି ଆହ୍ୱାନ ଦିଆଯାଇଛି । ପଠାନ୍ ଏବେ ଜମ୍ମୁ-କାଶ୍ମୀର ଟିମ୍ ପାଇଁ କାର୍ଯ୍ୟ କରୁଛନ୍ତି । ଦଳର କୋଚ୍ ଅଛନ୍ତି ନିଲାମ ନେୱାଡ଼ା । ସୁଦର୍ଶନ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଜମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଆସିକ୍ ହୁସେନ୍ ବୁଖାରୀ ଆଜି ଏହି ସୂଚନାଦେଇ କହିଛନ୍ତି ଯେ, ଖେଳାଳିମାନଙ୍କୁ ଯଥାଶୀଘ୍ର ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ଯେଉଁ ଖବର ପ୍ରକାଶ ପାଇଛି ତାହା ସତ୍ୟ । ଖେଳାଳିମାନେ ଖୁବ୍ଶୀଘ୍ର ରାଜ୍ୟ ଛାଡ଼ି ଚାଲିଯିବେ ବୋଲି ସେ କହିଛନ୍ତି । ସେହିପରି, ଚୟନ କମିଟି ସଦସ୍ୟମାନେ ମଧ୍ୟ କାଶ୍ମିରୀ ପରିତ୍ୟାଗ କରିବେ । ଜମ୍ମୁ-କାଶ୍ମୀରରେ ଦୁଇଟି ବର୍ଗର ଖେଳାଳିମାନଙ୍କ ଲାଗି ଅଭ୍ୟାସ ନିମନ୍ତେ ଶିବିର ଆୟୋଜନ କରିବାକୁ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାିଥିଲା । ଗୋଟିଏ ହେଉଛି ସିନିୟର ଓ ଅନ୍ୟଟି ହେଉଛି ୨୩ ବର୍ଷରୁ କମ୍ କ୍ରିକେଟର । ସେମାନଙ୍କୁ ଆଠୋଟି ଟିମ୍ରେ ବିଭକ୍ତ କରାଯାଇଥାନ୍ତା । ତିନେଟି ଜମ୍ମୁରୁ ଆଉ ତିନୋଟି କାଶ୍ମିରୀରୁ ସମ୍ଭାବ୍ୟ ସିନିୟର ଟିମ୍ । ବୁଖାରୀ କହିଛନ୍ତି ଯେ, ମଙ୍ଗଳବାର ଦିନ ଆମେ ଏକ ସିଲେକ୍ସନ ମ୍ୟାଚ୍ ଖେଳିଥିଲୁ । ଜୁନିୟର କ୍ରିକେଟରମାନେ ଷ୍ଟାଡ଼ିୟମରେ ପଡ଼ିଥିବା ଶିବିରରେ ଅଭ୍ୟାସ କରିଥିଲେ । ଏହାଛଡ଼ା ଜିଲ୍ଲା ସଦର ମହକୁମାରେ ମଧ୍= ମ୍ୟାଚ୍ ଆୟୋଜନ କରାଯାଉଛି । ଏହିସବୁ ସ୍ଥାନକୁ ଚୟନ କମିଟିର ସଦସ୍ୟମାନେ ପରିଦର୍ଶନ ମଧ୍ୟ କରୁଛନ୍ତି । ନୂଆ ନୂଆ ପ୍ରତିଭାଙ୍କୁ ବିକଶିତ କରିବା ଲାଗି ଏଭଳି ଶିବିର ଓ ମ୍ୟାଚ୍ର ଆୟୋଜନ କରାଯାଇଛି । ତେବେ କାଶ୍ମିରୀର ବର୍ତ୍ତମାନ ପରିସ୍ଥିତି ଭିନ୍ନ ରୂପ ଧାରଣ କରିଥିବାରୁ ଏଠାରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବା ଆଉ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =