ଚନ୍ଦ୍ରଯାନ-୨ରୁ ଆସିଲା ପ୍ରଥମ ଫଟୋଚିତ୍ର

0 547


ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ଚନ୍ଦ୍ର ମିଶନ୍ରେ ଆଉ ଏକ ଉଲ୍ଲେଖନୀୟ ଉପଲବ୍ôଧ ହାସଲ କରିଛି । ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳିତ ଚିତ୍ର ଇସ୍ରୋ ବୈଜ୍ଞାନିକଙ୍କ ହାତରେ ଲାଗିଛି । ଏହି ଚିତ୍ରଟି ହେଉଛି ପୃଥିବୀର । ଏଥିରେ ଏକାଧିକ ଚିତ୍ର ରହିଛି । ତାହା ପରସ୍ପରଠାରୁ ଭିନ୍ନ । ଚନ୍ଦ୍ରଯାନ-୨ରେ ଖଞ୍ଜାଯାଇଥିବା କ୍ୟାମେରାଗୁଡ଼ିକ ପୃଥିବୀର ଚିତ୍ର ଉତ୍ତୋଳନ କରି ପଠାଇବା ପରେ ତାହାକୁ ଇସ୍ରୋ ସେସାଶିଆଲ୍ ମିଡ଼ିଆରେ ଛାଡ଼ିଛି ।

hiring

ଏହା ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ଉଲ୍ଳେଖନୀୟ ସଫଳତା ବୋଲି ଦାବି କରାଯାଇଛି । ବିକ୍ରମ ଯାନରେ ଲଗାଯାଇଥିବା କ୍ୟାମେରା ଏହି ଚିତ୍ରଗୁଡ଼ିକୁ ଉତ୍ତୋଳିତ କରିଥିଲା । ଅଗଷ୍ଟ ୩ ତାରିଖରେ ଏହି ଚିତ୍ରଗୁଡ଼ିକ ଉତ୍ତୋଳିତ ହୋଇଛି । ଏହି ଚିତ୍ରଗୁଡ଼ିକୁ ସୋଶିଆଲ୍ ମିଡ଼ିଆରେ ଛଡ଼ାଯିବା ପରେ ତାହାକୁ ଦେଖି ଦେଶର ବିଭିନ୍ନ ଭାଗରୁ ଇସ୍ରୋକୁ ଅଭିନନ୍ଦନର ସୂଅ ଛୁଟିଛି । ଦୀର୍ଘ ବର୍ଷର ପରିଶ୍ରମ ପରେ ଚନ୍ଦ୍ରଯାନ-୨ ପ୍ରକଳ୍ପ ଶେଷ ହୋଇଥିଲା । ନିକଟରେ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍କ୍ଷେପଣ କରାଯାଇଥିଲା । ଉତ୍କ୍ଷେପଣ ସଂପୂର୍ଣ୍ଣ ସଫଳ ହୋଇଥିଲା । ସେହିପରି କକ୍ଷପଥରେ ଏହାକୁ ଚାରୋଟି ପର୍ଯ୍ୟାୟରେ ସ୍ଥାପିତ କରିବା କାର୍ଯ୍ୟ ମଧ୍ୟ ସଫଳ ହୋଇଥିଲା । ଏହି ପ୍ରକଳ୍ପରେ ମୋଟ ୯୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଚନ୍ଦ୍ରଯାନ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଧିରେ ଧିରେ ଅବତରଣ କରିବ । ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

twelve − two =