ଫିଲ୍ଡିଂ କୋଚ୍ ପଦ ବଜାୟ ରଖିବେ ଶ୍ରୀଧର

0 566

ମୁମ୍ବାଇ: ଭାରତୀୟ କ୍ରିକେଟର ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ସାକ୍ଷାତକାର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଯାଇଛି । ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ୧୮ଟି ଆବେଦନପତ୍ରକୁ ଗ୍ରହଣ କରାଯାଇ ସାକ୍ଷାତକାର କରାଯାଇଥିଲା । ସେହିପରି, ଫିଲ୍ଡିଂ କୋଚ୍ ପଦ ଲାଗି ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ମଧ୍ୟ ସାକ୍ଷାତକାର ନିଆଯାଇଛି । ବର୍ତ୍ତମାନ ଆର୍ ଶ୍ରୀଧର ଫିଲ୍ଡିଂ କୋଚ୍ ଅଛନ୍ତି । ଆଗକୁ ମଧ୍ୟ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି । ତାଙ୍କୁ ଆଉ ଦୁଇ ବର୍ଷ ଏହି ପଦରେ ରଖାଯିବାର ସମ୍ଭାବନା ରହିଛି । ଏମ୍ଏସ୍କେ ପ୍ରସାଦ ନେତୃତ୍ୱାଧୀନ ସିନିୟର ଚୟନ କମିଟିର ଅଧିକାଂଶ ସଦସ୍ୟ ଶ୍ରୀଧରଙ୍କ ପଦ ବଜାୟ ରଖିବା ସପକ୍ଷରେ ଅଛନ୍ତି । ଫିଲ୍ଡିଂ କୋଚ୍ ପଦ ଲାଗି ଶ୍ରୀଧର, ଜଣ୍ଟି ରୋଡ୍ସ ଓ ଅଭୟ ଶର୍ମା ଆବେଦନ କରିଥିଲେ । ସମସ୍ତଙ୍କ ସମ୍ପର୍କରେ କମିଟିର ଭଲ ଧାରଣା ସୃଷ୍ଟି ହୋଇଛି । ତେବେ ପୂର୍ବ ଭଳି ଶ୍ରୀଧରଙ୍କୁ ଆଉ ଦୁଇ ବର୍ଷ ଏହି ପଦବୀରେ ରଖିବା ଲାଗି କମିଟି ଚାହୁଁଛି । କୋଚିଂ ଭାବେ ଜଣ୍ଟି ରୋଡ୍ସଙ୍କର ପ୍ରଚୁର ଅଭିଜ୍ଞତା ରହିଛି । ସେହିପରି, ଏହି ପଦ ଲାଗି ଆବେଦନ କରିଥିବା ଜୁଲିଆନ୍ ଫାଉଣ୍ଟେନ ମଧ୍ୟ ଜଣେ ଅନୁଭୂତି ସମ୍ପନ୍ନ କ୍ରିକେଟର । ସେ ବହୁବାର ଫିଲ୍ଡିଂ, କୋଚିଂ ଦାୟିତ୍ୱ ତୁଲାଇଛନ୍ତି । ସେ ମଧ୍ୟ ଏହି ପଦ ଲାଗି ଆବେଦନ କରିଥିଲେ । ପ୍ରାୟ ସବୁ ଆବେଦନକାରୀ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଅଭିଜ୍ଞ । ତେବେ କାହିଁକି କେଜାଣି କମିଟି ଶ୍ରୀଧରଙ୍କୁ ଉପେକ୍ଷା କରିବା ଲାଗି ଚାହୁଁନାହିଁ ।

hiranchal ad1
Leave A Reply

Your email address will not be published.

nine + four =