ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

0 613

ଭୁବନେଶ୍ୱର : ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ୫୦ ମି.ିମି. ଅଧିକ ପରିମାଣରେ ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ଏହି ଜିଲ୍ଲାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବ । ବିଶେଷକରି ମାଲକାନାଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି ସମେତ ବଲାଙ୍ଗୀର, ନୂଆପଡା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ । ୨୩ ତାରିଖରୁ ବର୍ଷାର ପରିମାଣ କମିବ । ଲଗାଣ ବର୍ଷା ଫଳରେ ଗତ ୧୨ ଘଣ୍ଟା ମଧ୍ୟରେ ଫୁଲବାଣୀରେ ୧୫.୮, ମାଲକାନାଗିରିରେ ୩.୪ ମି.ମି. ଓ ସମ୍ବଲପୁରରେ ୨୪.୭ ମିମି ବର୍ଷା ରେକର୍ଡ ହୋଇଛି ।

hiranchal ad1
Leave A Reply

Your email address will not be published.

2 × one =