ମୁଥେୟାଙ୍କ ବୋଲିଂରେ ମୁଁ ଭୟଭୀତ ହୋଇଯାଏ: ଯୁବରାଜ

0 635

ନୂଆଦିଲ୍ଲୀ: ଗୋଟିଏ ଓଭରରେ ଛଅଟି ଛକା ମାରିବା ଏବଂ ପଡ଼ିଆକୁ ଓହ୍ଲାଇଲେ ଦର୍ଶକଙ୍କ କରତାଳିରେ ଷ୍ଟାଡ଼ିୟମ କମ୍ପି ଉଠିବା ଭଳି ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଯୁବରାଜ ସିଂ । ୨୦୦୭ରେ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ବିଶ୍ୱକପ୍‌ରେ ଜିତିବା ତାଙ୍କର ଭୂମିକା ଯଥେଷ୍ଟ ଅଧିକ । ମିଡିଲ୍ ଅର୍ଡ଼ରରେ ବ୍ୟାଟିଂ କରିବାକୁ ଆସି ଛକା, ଚୌକାରେ ଦର୍ଶକଙ୍କୁ ବିମୋହିତ କରିଦିଅନ୍ତି ସେ । କିନ୍ତୁ ତାଙ୍କର କେତେକ ବୋଲର ଅଛନ୍ତି ଯାହାଙ୍କ ବୋଲିଂକୁ ସେ ବହୁତ ଭୟ ଅନୁଭବ କରନ୍ତି । ପ୍ରଥମରେ ସେ ଶ୍ରୀଲଙ୍କାର ସ୍ପିନର ମୁଥେୟା ମୁରଲୀଧରନଙ୍କ ନାମ ଉଠାଇଥିବା ବେଳେ ଦ୍ୱିତୀୟ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାଗ୍ରାଥଙ୍କ ନାମ କହିଛନ୍ତି । ସେ କହିଛନ୍ତି ଯେ, ମୁଥେୟାଙ୍କ ବୋଲିଂକୁ ମୋତେ ସାମ୍ନା କରିବା ବହୁତ କଷ୍ଟସାଧ୍ୟ ହୁଏ ଏବଂ ଅସୁବିଧା ମଧ୍ୟ ଅନୁଭବ କରେ । ଠିକ୍ ସେହିପରି, ଅଷ୍ଟ୍ରେଲିଆର ପେସର ଗ୍ଲେନ୍ ମ୍ୟାଗ୍ରାଥଙ୍କ ବୋଲିଂକୁ ମଧ୍ୟ ମୁଁ ବ୍ୟାଟିଂ କରିବାକୁ ଡରଲାଗେ । ଶେଷରେ ସେ କହିଛନ୍ତି ଯେ, ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରାମର୍ଶକ୍ରମେ ମୁଁ ମୁଥେୟା ଓ ମ୍ୟାଗ୍ରାଥଙ୍କୁ କିପରି ବ୍ୟାଟିଂ କରିଲେ ଭଲ ହେବ ତାହା ଶିକ୍ଷାଲାଭ କରିଛି । ମୁଥେୟାଙ୍କ ବୋଲିଂକୁ କିପରି ସୁଇପ୍ କରି ବ୍ୟାଟିଂ କଲେ ସୁବିଧାଜନକ ହେବ ବୋଲି ମୋତେ ସଚିନ୍ ବତାଇଛନ୍ତି । ତା’ପରଠାରୁ ମୋତେ ଟିକିଏ କମ୍ ଭୟ ସୃଷ୍ଟି ହେଲା ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 9 =