ସଚିନ୍‌ଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲି

0 596

ନୂଆଦିଲ୍ଲୀ : ସଚିନ୍‌ ତେନ୍ଦୁଲକରଙ୍କ ସହିତ ଯେତେବେଳେ ବି ମୁହାଁମୁହିଁ ହେଉଥିଲା, ତାହା ଏକ ବଡ଼ ସଂଘର୍ଷରେ ପରିଣତ ହେଉଥିଲା । ମୋଠାରେ ଥିବା ବୋଲିଂ ଶ୍ରେଷ୍ଠତ୍ୱକୁ ସଚିନ୍‌ ବାହାର କରିଥିଲେ । ଅର୍ଥାତ୍‌ ତାଙ୍କ ଯୋଗୁଁ ମୁଁ ମୋର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି । ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପେସର ବ୍ରେଟ୍‌ ଲି । ସେ କହିଛନ୍ତି ଯେ, ଆମ ଦୁଇଜଣଙ୍କ ଭିତରେ ଯେତେବେଳେ ବି ଖେଳ ହୁଏ, ତାହାକୁ ଦର୍ଶକମାନେ ଅତି ଉତ୍କଣ୍ଠାର ସହିତ ଦେଖିଥାଆନ୍ତି । ଅଷ୍ଟ୍ରେଲିଆର ଦର୍ଶକମାନେ ମଧ୍ୟ ସଚିନ୍‌ଙ୍କ ବ୍ୟାଟିଂକୁ ଉପଭୋଗ କରିଥାନ୍ତି ।ସଚିନ୍‌ଙ୍କ ଭଳି ଜଣେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ । ମୋଠାରେ ଯେଉଁ ବୋଲିଂ ଦକ୍ଷତା ଥିଲା ତାହା ପ୍ରସ୍ପୁଟିତ ହୋଇଥିଲା କେବଳ ସଚିନ୍‌ଙ୍କ ପାଇଁ । ତାଙ୍କୁ ପ୍ରତିହତ କରିବା ଲାଗି ମୁଁ ସବୁବେଳେ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥାଏ । ଯେତେବେଳେ ବି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥାଏ, ପ୍ରଶଂସକମାନେ ସେମାନଙ୍କ ଟେଲିଭିଜନ ସେଟ୍‌ ଖୋଲି ଶେଷ ପର୍ଯ୍ୟନ୍ତ ଖେଳି ଦେଖିଥାନ୍ତି । ବିଶେଷ କରି ସଚିନ୍‌ଙ୍କ ସହିତ ମୋର ମୁକାବିଲା ଅଷ୍ଟ୍ରେଲୀୟ କ୍ରିକେଟ୍‌ ପ୍ରେମୀମାନଙ୍କୁ ସବୁଠୁ ଅଧିକ ଆନନ୍ଦ ଦେଇଥାଏ ବୋଲି ବ୍ରେଟ୍‌ ଲି ସ୍ୱୀକାର କରିଛନ୍ତି ।
ଆଗକୁ ଆସୁଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଉପରେ ବିବୃତି ଦେଇ ସେ କହିଥିଲେ ଯେ, ଉକ୍ତ ମ୍ୟାଚ୍‌ ବର୍ଡର୍‌- ଗାଭାସ୍କର ଟ୍ରଫି କୌଣସି ଗୁଣରେ ଐତିହାସିକ ଆଶେସ୍‌ ସିରିଜ୍‌ଠାରୁ କମ୍‌ ନୁହେଁ ବୋଲି ଲି’ କହିଛନ୍ତି । ଏକ ଇଂରାଜୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଲି’ କହିଛନ୍ତି ଯେ ଅଦ୍ୟାବଧି ଯେତେବେଳେ ବି ଉଭୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା ହୋଇଛି, ସବୁବେଳେ କିଛି ନା କିଛି ସ୍ୱତନ୍ତ୍ର ଅନୁଭୂତି ମିଳିଛି । ତେଣୁ ଏହି ସିରିଜ୍‌ ଆଶେସ୍‌ ସମକକ୍ଷ ବୋଲି ଲି’ କହିଛନ୍ତି । ସେହିପରି କରୋନା ସଂକ୍ରମଣ କାରଣରୁ ଘରେ ବନ୍ଦ ଥିବା ଦର୍ଶକମାନେ ଦୁଇଟି ଶକ୍ତିଶାଳୀ ଦେଶକୁ ଲଢ଼ୁଥିବାର ଟିଭିରେ ଦେଖିବାର ସୁଯୋଗ ପାଇବେ । ଏହା ଦର୍ଶକଙ୍କ ସହ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି । କରୋନା କାରଣରୁ ମାନବ ସମାଜ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ସିରିଜ୍‌ ସେମାନଙ୍କ ମୁହଁରେ ହସ ଫୁଟାଇପାରିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧୮ଟି ୱିକେଟ୍‌ ନେଇଥିବା ଲି’ କହିଛନ୍ତି । ସେହିପରି କ୍ରିକେଟ୍‌ରେ ବର୍ଣ୍ଣବୈଷମ୍ୟ ବିବାଦ ପରି ହୀନ ଭାବନାକୁ ଆଦୌ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ।

hiranchal ad1
Leave A Reply

Your email address will not be published.

fifteen + four =