ଆସନ୍ତାକାଲି ଆଇପିଏଲ୍‌ ଜିସି ବୈଠକ

0 79

ମୁମ୍ବାଇ: ଆସନ୍ତାକାଲି ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିବ । ଏଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ ଠାରେ ଅନୁଷ୍ଠିତ ହେବ । ସେଠାକୁ କେତେ ଖେଳାଳି ଓ ପରିଚାଳନା ଷ୍ଟାଫ୍‌ ଯିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁଯାୟୀ ଏଥର ସାମ୍ପ୍ରତିକ ସଂକ୍ରମଣ ପରିସ୍ଥିତି ଦୃଷ୍ଟିରୁ କମ୍‌ ସଂଖ୍ୟକ ଷ୍ଟାଫ୍‌ ପଠାଯାଇପାରେ । ବୈଠକରେ ଆଇପିଏଲ୍‌ ପାଇଁ ଏସ୍‌ଓପିକୁ ଚୂଡ଼ାନ୍ତ କରାଯିବ । ସାଧାରଣତଃ ଏକ ଫ୍ରାଞ୍ଚାଇଜ୍‌ର ୨୫ରୁ ୨୮ ଜଣ ଖେଳାଳି ରହିଥାନ୍ତି । ସେହିପରି, ଷ୍ଟାଫ୍‌ ସଂଖ୍ୟା ୧୦ରୁ ୧୫ ମଧ୍ୟରେ ସୀମିତ । କିନ୍ତୁ ଏଥର ଏହି ସଂଖ୍ୟାରେ ପରିବର୍ତ୍ତନ ଅଣାଯିବ । ଅଧିକ ଖେଳାଳି ପଠାଯିବ; କିନ୍ତୁ ସର୍ପୋଟ୍‌ ଷ୍ଟାଫ୍‌ ସଂଖ୍ୟାକୁ କମାଇ ଦିଆଯିବ । କରୋନା ସଂକ୍ରମଣ ପରିସ୍ଥିତିରେ ଖେଳ ହୋବକୁ ଥିବାରୁ ସବୁ ସଦସ୍ୟଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯଉଛି । ଏମିରେଟ୍ସରେ ଖେଳାଳିମାନେ ପହଞ୍ଚିବା ପରେ ସେଠାରେ କରୋନା ଗାଇଡଲାଇନ୍‌ ଅନୁସାରେ କାର୍ଯ୍ୟ କରିବେ । ଆସନ୍ତାକାଲି ହେବାକୁ ଥିବା ବୈଠକ କେତେକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ ବୋଲି ଗଭର୍ଣ୍ଣିଂ କାଉନସିଲ୍‌ ମୁଖ୍ୟ ବ୍ରିଜେଶ୍‌ ପଟେଲ ମଙ୍ଗଳବାର ସୂଚନା ଦେଇଛନ୍ତି । ବିସିସିଆଇର ଅନ୍ୟଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ନିୟମାବଳୀ ସଂପର୍କରେ ବୈଠକରେ ଆଠୋଟି ଫ୍ରାଞ୍ଚାଇଜ୍‌ ଦଳଙ୍କୁ ଅବଗତ କରାଯିବ । ସେମାନଙ୍କୁ ବୈଠକ ପରେ ଏସ୍‌ଓପି ପ୍ରଦାନ କରାଯିବ । ଫଳରେ ସେମାନେ ତାହାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବେ । ଆଇପିଏଲ୍‌ ସମୟରେ ଯେପରି କୌଣସିପ୍ରକାର ବ୍ୟତିକ୍ରମ ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ।

hiranchal ad1
Leave A Reply

Your email address will not be published.

2 × 2 =