୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

0 572


ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲା ଯଥା-ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ , ଢେଙ୍କାନାଳ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବ । ଏହି ସମୟ ମଧ୍ୟରେ ଉପକୂଳ ଓଡିଶାରେ ୪୦ରୁ ୪୫ କି.ମି. ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ସମୁଦ୍ର ଏହି ସମୟରେ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି । ଲଘୁଚାପର ପ୍ରଭାବରେ ଆଜି ମଧ୍ୟାହ୍ନରୁ ବିଭିନ୍ନ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଲାଗି ରହିଛି ।

hiranchal ad1
Leave A Reply

Your email address will not be published.

9 − 5 =