ଟିମ୍ ଇଣ୍ଡିଆ ସହ ଏହି ଦୁଇ ଖେଳାଳି ମଧ୍ୟ ଯିବେ ଶ୍ରୀଲଙ୍କା

0 61

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଜମ୍ମୁ-କଶ୍ମୀରର ଉଦୀୟମାନ ଦ୍ରୁତ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି। ଏବେ ଖବର ମିଳିଛି ଯେ, ବିସିସିଆଇ ଆଉ ଦୁଇଜଣ ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛି।

ହର୍ଷ ଦୁବେ ଏବଂ ତନୁଷ କୋଟିଆନଙ୍କୁ ନେଟ ବୋଲର ଭାବେ ଶ୍ରୀଲଙ୍କା ଗସ୍ତରେ ପଠାଯାଇଛି। ଶ୍ରୀଲଙ୍କାର ପିଚ ସାଧାରଣତଃ ସ୍ପିନ ବୋଲରଙ୍କ ପାଇଁ ସହାୟକ ହୋଇଥାଏ। ଏହା ସତ୍ତ୍ୱେ ହର୍ଷ ଦୁବେ ଓ ତନୁଷ କୋଟିଆନ ମୁଖ୍ୟ ଦଳରେ ସ୍ଥାନ ପାଇନଥିଲେ। ତେବେ ଉଭୟ ବର୍ତ୍ତମାନ ନେଟ ବୋଲର ଭାବେ ଭାରତୀୟ ଦଳ ସହ ଯୋଗଦେବେ।

hiring

ସ୍ପିନ ଆକ୍ରମଣକୁ ଦେଖିଲେ ଭାରତୀୟ ଦଳରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମାନବ ସୁଥାର ଏବଂ ସାରାଂଶ ଜୈନ ରହିଛନ୍ତି। ଜାଡେଜା ଦୀର୍ଘ କିଛି ମାସ ପରେ ଦଳକୁ ଫେରିଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟଚରେ ଖେଳିନଥିଲେ। ଅନ୍ୟପଟେ, ଆଫଗାନିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମାନବ ସୁଥାର ନିଜ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ୩୩ ବର୍ଷୀୟ ସାରାଂଶ ଜୈନ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଶ୍ରୀଲଙ୍କା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), କେ.ଏଲ. ରାହୁଲ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଷଭ ପନ୍ତ (ଉଇକେଟ୍‌କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପାଡିକ୍କଲ ଏବଂ ସାରାଂଶ ଜୈନ।

hiranchal ad1
Leave A Reply

Your email address will not be published.

13 − five =