ଏସୀୟ କ୍ରୀଡା; ମଇଦାନକୁ ନ ଓହ୍ଲାଇ ସେମିଫାନାଲରେ ଭାରତ ଓ ପାକିସ୍ତାନ

0 118

ନୂଆଦିଲ୍ଲୀ- ଖରାପ ପାଗ ଯୋଗୁଁ ନିଜ ନିଜର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ବାତିଲ ହେବା ପରେ ଭାରତ ଏବଂ ପାକିସ୍ତାନ ଏସୀୟ କ୍ରୀଡ଼ା ୨୦୨୬ର ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ନିଶ୍ଚିନ ସ୍ଥିତ କୋରୋଗି ସ୍ପୋର୍ଟସ୍ ପାର୍କରେ ସକାଳ ଅଧିବେଶନରେ ପାକିସ୍ତାନର ମୁକାବିଲା ହଂକଂ(ଚୀନ୍ ) ସହ ହେବାର ଥିଲା, କିନ୍ତୁ ଅବିରତ ବର୍ଷା ଯୋଗୁଁ ଅଧିକାରୀମାନେ ଟସ୍ ନ ହେଉଣୁ ଖେଳ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ସେହିପରି ଅପରାହ୍ନରେ ଆଫଗାନିସ୍ତାନ ବିପକ୍ଷରେ ଭାରତର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବାର ଥିଲା, କିନ୍ତୁ ପଡ଼ିଆ ଓଦା ରହିବା କାରଣରୁ ଟସ୍ ହେବା ପୂର୍ବରୁ ହିଁ ଏହି ମ୍ୟାଚ୍ ମଧ୍ୟ ବାତିଲ କରାଯାଇଥିଲା।
ଆଇସିସି ମାନ୍ୟତାରେ ଉଚ୍ଚ ସ୍ଥାନରେ ଥିବା ଦଳ ଭାବରେ – ଭାରତ ପ୍ରଥମ ଏବଂ ପାକିସ୍ତାନ ଷଷ୍ଠ ସ୍ଥାନରେ – ଉଭୟ ଦଳ ମଇଦାନକୁ ନ ଓହ୍ଲାଇ ସେମିଫାଇନାଲକୁ ଅଗ୍ରସର ହୋଇଛନ୍ତି। ଏହା ସହିତ ଆଫଗାନିସ୍ତାନ ଏବଂ ହଂକଂ(ଚୀନ୍ ) ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।
ବର୍ତ୍ତମାନ ଭାରତ ସେମିଫାଇନାଲରେ ଶ୍ରୀଲଙ୍କା ଓ ନେପାଳ ମଧ୍ୟରେ ହେବାକୁ ଥିବା ତୃତୀୟ କ୍ୱାର୍ଟର ଫାଇନାଲର ବିଜେତା ଦଳ ସହ ମୁକାବିଲା କରିବ, ଅନ୍ୟପକ୍ଷରେ ପାକିସ୍ତାନ ବାଂଲାଦେଶ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତା ଦଳ ସହ ଖେଳିବ।

hiranchal ad1
Leave A Reply

Your email address will not be published.

8 − 2 =