ମହିଳା ବିଶ୍ୱକପ : ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡର ପ୍ରଥମ ବିଜୟ

0 62

ନୂଆଦିଲ୍ଲୀ : ଆଇସିସି ମହିଳା କ୍ରିକେଟ ବିଶ୍ୱକପର ୧୫ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୪ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଚନ୍ତି । ସେହିପରି ଏହି ପରାଜୟ ପରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି । ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଥିବା ବେଳେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଦଳଠାରୁ ହାରିଥିଲା ।
ଆଜିର ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୩୪ରନରେ ଅଲଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ସ୍ମୁତି ମାନ୍ଧନା ସର୍ବାଧିକ ୩୫ ରନ କରିଥିବା ବେଳେ ରିଚା ଘୋଷ ୩୩ ଓ ଝୁଲଣ ଗୋସ୍ୱାମୀ ୨୦ ରନ କରିଥିଲେ । ବୋଲିଂରେ ଇଂଲଣ୍ଡର ଡିନଙ୍କୁ ସର୍ବାଧିକ ୪ ଉଇକେଟ ମିଳିଥିଲା । ୧୩୫ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ୩୧.୧ ଓଭରରେ ୬ ଉଇକେଟ ହରାଇ ୧୩୬ ରନ କରି ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ନାଟାଲୀ ସ୍କିଭଲ ୪୬ ବଲରେ ୪୫ ରନ କରିଥିବା ବେଳେ ଅଧିନାୟିକା ହେଥର ନାଇଟ୍‌ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ବୋଲିଂରେ ମେଘନାଙ୍କୁ ତିନି ଉଇକେଟ ମିଳିଥିବା ବେଳେ ଝୁଲଣ, ଗାଇକୱାଡ ଓ ପୁଜାଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା ।

hiranchal ad1
Leave A Reply

Your email address will not be published.

eleven + 12 =