ସିଏସ୍‌କେ ପାଇଁ ଖୁସି ଖବର, ଆଇପିଏଲ ଖେଳିବା ପାଇଁ ଫିଟ୍‌ ହେଉଛନ୍ତି ଏହି ଦ୍ରୁତ ବୋଲର

0 61

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏକ ଖୁସି ଖବର ଆସୁଛି। ଦ୍ରୁତ ବୋଲର ଦୀପକ ଚହର ସମ୍ପୂର୍ଣ୍ଣ ଫିଟ ହୋଇଥିବା ବେଳେ ଆଇପିଏଲ୍‌ ୨୦୨୩ରେ ପ୍ରତ୍ୟାବର୍ତ୍ତନ କରିବାକୁ ସେ ପ୍ରସ୍ତୁତ। ବାରମ୍ବାର ଆଘାତ ହେତୁ ସେ ଆଇପିଏଲ୍‌ର ଶେଷ ସିଜିନ ଖେଳିପାରି ନ ଥିଲେ। ଡିସେମ୍ବରରେ ସେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ।

hiring

ଗତ ବର୍ଷ ଆଘାତ ଯୋଗୁ ଚହରଙ୍କ ବହୁତ ଖରାପ ସମୟ ଦେଇ ଗତି କରିଥିଲେ। ଉକ୍ତବର୍ଷ ସେ ଭାରତ ପାଇଁ ମାତ୍ର ୧୫ ଟି ମ୍ୟାଚ ଖେଳିବାକୁ ସକ୍ଷମ ହୋଇଥିଲେ। ଆହତ କାରଣରୁ ସେ ଟି -୨୦ ବିଶ୍ୱକପ୍‌ ଦଳରେ ମଧ୍ୟ ନ ଥିଲେ। ଏବେ ସୁସ୍ଥ ହେବାକୁ ନେଇ ଚହର କହିଛନ୍ତି, ’ଗତ ୨-୩ ମାସ ଧରି ମୁଁ ମୋର ଫିଟନେସ ଉପରେ କଠିନ ପରିଶ୍ରମ କରିଛି । ମୁଁ ଆଇପିଏଲ୍‌ରେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ଚହରଙ୍କ ଆଇପିଏଲ କ୍ୟାରିୟରକୁ ଦେଖିଲେ, ସେ ଏପର୍ଯ୍ୟନ୍ତ ୬୩ ଟି ମ୍ୟାଚ୍‌ ଖେଳି ୫୯ ଉଇକେଟ ନେଇଛନ୍ତି। ତାଙ୍କ ଫିଟନେସ ଟିମ ଇଣ୍ଡିଆ ପାଇଁ ମଧ୍ୟ ଏକ ଖୁସି ଖବର ପାଲଟିଛି। କାରଣ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରିବ। ଏଭଳି ପରିସ୍ଥିତିରେ ଯଦି ଚହର ଦଳକୁ ଫେରନ୍ତି ତେବେ ଏହା ଦଳ ପାଇଁ ଲାଭଦାୟକ ହେବ।

hiranchal ad1
Leave A Reply

Your email address will not be published.

13 + eleven =