ପ୍ରଥମ ଟେଷ୍ଟ: ବାଂଲାଦେଶକୁ ହରାଇଲା ଭାରତ

0 32

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ହୋଇଛି ଭାରତ। ବାଂଲାଦେଶକୁ ଦଳ ୧୮୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦୁଇଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା କୁଲଦୀପ ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି।

ପ୍ରଥମ ଇନିଂସରେ ଏକ ପ୍ରକାର ଆତ୍ମସମର୍ପଣ କରି ଦେଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ କିନ୍ତୁ ଭଲ ଖେଳିଥିଲା ଓ ମ୍ୟାଚ୍‌କୁ ପଞ୍ଚମ ଦିନରେ ପହଞ୍ଚାଇ ଦେଇଥିଲା।

୫୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ବାଂଲାଦେଶ ଶନିବାର ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ଏଥିମଧ୍ୟରେ ରହିଥିଲା ନଜମୁଲ ହୁସେନ ସାଣ୍ଟୋଙ୍କ ୬୭ ରନ୍ ସହିତ ଡେବ୍ୟୁଟାଣ୍ଟ ଜାକିର ହାସନଙ୍କ ୧୦୦ ରନ୍‌।

ବିଜୟ ପାଇଁ ଆଜି ଶେଷ ଦିନରେ ୨୪୧ ରନ୍ କରିବାକୁ ଥିଲା। ତେବେ ଦଳ ପାଖରେ ଆଉ ୪ଟି ୱିକେଟ୍ ଥିଲା। କିନ୍ତୁ କ୍ରିଜ୍‌ରେ ଅଧିନାୟକ ସାକିବ ଅଲ୍ ହାସନ ଓ ଇନ୍‌ ଫର୍ମ ମେହଦୀ ହାସନ ମିରଜା ଥିବାରୁ ମ୍ୟାଚ୍‌ର ମୋଡ଼ ବଦଳିପାରେ ବୋଲି କୁହାଯାଉଥିଲ। ହେଲେ ଭାରତୀୟ ବୋଲର ତାହା ହେବାକୁ ଦେଲେ ନାହିଁ। ପଞ୍ଚମ ଦିନରେ ବାଂଲାଦେଶ ମାତ୍ର ୧୧.୨ ଓଭର ଖେଳିବାକୁ ସମର୍ଥ ହୋଇଥିଲା ବେଳେ ଏଥିରୁ ୫୨ ରନ୍ ସଂଗ୍ରହ କରିଥିଲା।

hiring

ଗତକାଲି ସାକିବ ଓ ମିରଜା ଯଥାକ୍ରମେ ୪୦ ଓ ୯ ରନ୍ କରି ଅପରାଜିତ ରହିଥିଲେ। ଆଜି ମିରଜା ତାଙ୍କ ଖାତାରେ ଆଉ ମାତ୍ର ୪ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲେ। ସେ ୪୮ଟି ବଲ୍‌ରେ ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସିରାଜଙ୍କ ବଲରେ ଉମେଶ ଯାଦବଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଅଧିନାୟକ ସାକିବ ଅଲ୍ ହାସନ ଭଲ ଖେଳିଥିଲେ। ସେ ଆହୁରି ୪୪ ରନ୍ କରିଥିଲେ। ୧୦୮ଟି ବଲ୍‌ରୁ ୮୪ ରନ୍ କରିଥିବା ବେଳେ ସେ କୁଲଦିପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେ ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ଦଳୀୟ ସ୍କୋର ୩୨୦ରେ ପହଞ୍ଚିଥିବା ବେଳେ ସେ ଆଉଟ୍ ହୋଇଥିଲେ। ଏହା ପରେ ଆଉ ମାତ୍ର ୪ ରନ୍‌ରେ ଦଳ ଆଉ ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ହାରି ଯାଇଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୩ ଓ ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ କରି ଅଲ୍ ଆଉଟ୍ ହୋଇଥିବା ବେଳେ ବାଂଲାଦେଶ ୧୫୦ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୨ ୱିକେଟ୍ ହରାଇ ୨୫୮ ରନ୍‌ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଭାରତ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ୩୨୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ରୁ ମୀରପୁରରେ ଖେଳାଯିବ।

hiranchal ad1
Leave A Reply

Your email address will not be published.

twenty − four =